Advertisment

ଆଜି ‘ୟାମିନି ୨୦୧୭’

Advertisment

ରାତି ସାରା ସଂଗୀତ ଓ ନୃତ୍ୟ

ରାତି ସାରା ସଂଗୀତ ଓ ନୃତ୍ୟ

ଆଜି ‘ୟାମିନି ୨୦୧୭’

ଭୁବନେଶ୍ୱର : ରାତି ସାରା ଚାଲିବ ଗୀତ, ସଂଗୀତ ଓ ନୃତ୍ୟ। ଶାସ୍ତ୍ରୀୟ ଧାରାର ଏହି ତିନିଟି ବିଭାଗରେ ଦେଶର ଖ୍ୟାତନାମା ଶିଳ୍ପୀଙ୍କ ପରିବେଷଣ ଦେଖିବାକୁ ମିଳିବ। ସ୍ପିକ୍‌ ମାକେ ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରସ୍ତୁତ ‘ୟାମିନି ୨୦୧୭’ ଭେଟି ଦେବ ଏହି ନିଆରା ମନୋରଂଜନ ସନ୍ଧ୍ୟା। ବିଶିଷ୍ଟ ଭାୟୋଲିନ୍‌ ବାଦକ ଡ.ଏଲ୍‌ ସୁବ୍ରମଣ୍ୟମଙ୍କ ଭାୟୋଲିନ୍‌ ବାଦନ ସାଙ୍ଗକୁ ସୀତାର ବାଦକ ନିଶାନ୍ତ ଖାନ୍‌ଙ୍କ ସୀତାର ବାଦନର ଧୁନ୍‌ ଶୁଣିବାକୁ ମିଳିବ। ସେହିପରି ପ୍ରଖ୍ୟାତ କଣ୍ଠଶିଳ୍ପୀ ଫୈୟାଜ ଓ୍ଵାସିଫୁଦ୍ଦିନ୍‌ ଡଗରଙ୍କ ଧ୍ରୁପଦ ଏବଂ ମଂଜୁଷା ପାଟିଲ୍‌ କୁଲ୍‌କର୍ଣ୍ଣିଙ୍କ କଣ୍ଠରେ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଶୁଣିବାକୁ ମିଳିବ। ଏଥିସହ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୀତା ଚନ୍ଦ୍ରନଙ୍କ ଭାରତନାଟ୍ୟମ ନୃତ୍ୟ ଦେଖିବାର ଅବସର ମିଳିବ। ୨୮ ତାରିଖ ସନ୍ଧ୍ୟା ୭ଟାରେ ଏହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସରେ ଆୟୋଜିତ ହେବ ବୋଲି ଓଡ଼ିଶା ଚାପ୍ଟର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe