ଐତିହ୍ୟ ଜୋନ୍‌ରେ ସଫେଇ : ରେଳ ଷ୍ଟେସନରେ ଅଳିଆ ଗଦା

Advertisment
ଐତିହ୍ୟ ଜୋନ୍‌ରେ ସଫେଇ : ରେଳ ଷ୍ଟେସନରେ ଅଳିଆ ଗଦା

ଭୁବନେଶ୍ୱର : ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ରେ ଭଲ ରୢାଙ୍କ ପାଇବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ସଫେଇ ଅଭିଯାନ ଆରମ୍ଭ ହୋଇଛି। କେବଳ ସଫେଇ ନୁହେଁ ଲୋକ ଯେପରି ସଚେତନ ହେବେ ସେଥିପାଇଁ ବିଭିନ୍ନ ପ୍ରକାରର ଶୋଭାଯାତ୍ରା ହେଉଛି।

publive-image

ଏହି କ୍ରମ‌େର ଦକ୍ଷିଣ-ପୂର୍ବ ଜୋନ୍‌ର ଐତିହ୍ୟ ଜୋନ୍‌ରେ ଲିଙ୍ଗରାଜ ମାର୍କେଟ୍‌ ଅଞ୍ଚଳ, ବଡ଼ଦାଣ୍ଡ ଅଞ୍ଚଳରେ ଆଜି ସକାଳୁ ସଫେଇ କରାଯିବା ସହ ସଚେତନତା ରାଲି କରାଯାଇଥିଲା। ଲୋକଙ୍କୁ ଓଦା ବର୍ଜ୍ୟ ଓ ଶୁଖିଲା ବର୍ଜ୍ୟ ପୃଥକ ପୃଥକ ରଖିବାକୁ କୁହାଯାଇଥିଲା। ବିଏମ୍‌ସି ଅଧିକାରୀମାନେ ଲୋକଙ୍କ ଘରକୁ ଘର, ଦୋକାନ ବୁଲି ସଚେତନ କରିଥିଲେ। ଐତିହ୍ୟ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ନାରା ଦେଇ ଏହି ସଫେଇ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଅଧୀନରେ ଥିବା ଭୁବନେଶ୍ବରର ପ୍ରବେଶ ଦ୍ବାର ମାଷ୍ଟରକ୍ୟାଣ୍ଟିନ ଛକରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିଲା। ସ୍ମାର୍ଟ ସିଟି ଯୋଜନାରେ ସବୁଠୁ ଅଧିକ କାର୍ଯ୍ୟକ୍ରମ ଯେଉଁ ଅଞ୍ଚଳରେ ହେଉଛି , ଆଗକୁ ହେବାର ଅଛି ସେଠାରୁ ସପ୍ତାହ ସପ୍ତାହ ଧରି ଆବର୍ଜନା ଉଠୁନି। ସ୍ଥିତି ଏପରି ହୋଇଛି ଯେ, ଭୁବନେଶ୍ବରକୁ ଆସୁଥିବା ଲୋକ ଏହି ସ୍ଥାନକୁ ଦେଖିଲେ ଜାଣିପାରିବ ଭୁବନେଶ୍ବର କେତେ ସ୍ବଚ୍ଛ। ସାରା ଭୁବନେଶ୍ବର ସ୍ବଚ୍ଛ କରିଦେଲେ ବି ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର ନହେଲେ ବାହାର ରାଜ୍ୟ ଓ ବିଦେଶରୁ ଆସୁଥିବା ଲୋକ ଭୁବନେଶ୍ବର କେତେ ସ୍ବଚ୍ଛ ତାହା ସହରରେ ପାଦ ରଖୁ ରଖୁ ଜାଣି ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe