ବିଏମ୍‌ସି କାର୍ଯ୍ୟାଳୟ ଘେରିଲେ ସଫେଇ କର୍ମଚାରୀ: ମିଳିଲାନି ଦରମା, ଉଠିଲାନି ଅଳିଆ

Advertisment

ସଫେଇ କର୍ମଚାରୀଙ୍କୁ ଦରମା ଦେବାରେ ଟାଳଟୁଳ ନୀତି ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସଫେଇ କାର୍ଯ୍ୟକ୍ରମ ଗୁରୁତର ପ୍ରଭାବିତ ହୋଇଛି। ସାହି ଗଳିକନ୍ଦିରୁ ଅଳିଆ ଉଠାଇବା ଏକପ୍ରକାର ବନ୍ଦ ହୋଇଯାଇଛି।

ସଫେଇ କର୍ମଚାରୀଙ୍କୁ ଦରମା ଦେବାରେ ଟାଳଟୁଳ ନୀତି ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସଫେଇ କାର୍ଯ୍ୟକ୍ରମ ଗୁରୁତର ପ୍ରଭାବିତ ହୋଇଛି। ସାହି ଗଳିକନ୍ଦିରୁ ଅଳିଆ ଉଠାଇବା ଏକପ୍ରକାର ବନ୍ଦ ହୋଇଯାଇଛି।

adggdadgazvvczv

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କୁ ଦରମା ଦେବାରେ ଟାଳଟୁଳ ନୀତି ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସଫେଇ କାର୍ଯ୍ୟକ୍ରମ ଗୁରୁତର ପ୍ରଭାବିତ ହୋଇଛି। ସାହି ଗଳିକନ୍ଦିରୁ ଅଳିଆ ଉଠାଇବା ଏକପ୍ରକାର ବନ୍ଦ ହୋଇଯାଇଛି। ଗତ ଦୁର୍ଗାପୂଜା ପୂର୍ବରୁ ଯେଉଁଭଳି ସ୍ଥିତି ଉପୁଜିଥିଲା, ଏବେ କାଳୀପୂଜା ପୂର୍ବରୁ ସେଭଳି ସ୍ଥିତି ଉପୁଜିଛି। ମୁଣ୍ଡ ଉପରେ ପୂଜା ଥିବା ବେଳେ ଅଦ୍ୟାବଧି ମାସିକ ଦରମା ମିଳି ନଥିବାରୁ ୨୦ଟି ୱାର୍ଡର ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାମ ବନ୍ଦ କରି ବିଏମ୍‌ସି କାର୍ଯ୍ୟାଳୟ ଘେରଉ କରିଛନ୍ତି।  ଠିକାସଂସ୍ଥା ଦରମା ଦେବାକୁ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। କିନ୍ତୁ ଆଜି ଦରମା ନ ମିଳିଲେ, କାଲିଠାରୁ ଆଉ ଆବର୍ଜନା ଉଠାଇବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି।

ଭୁବନେଶ୍ବର ମହାନଗର ନିଗମ ୬୭ ୱାର୍ଡର ରାସ୍ତାଘାଟ ସଫେଇ ଓ ଘରକୁ ଘର ଅଳିଆ ସଂଗ୍ରହ ଦାୟିତ୍ବ ଭିନ୍ନ ଭିନ୍ନ ସଂସ୍ଥାକୁ ଦିଆଯାଇଛି। କିଏ କେଉଁ ୱାର୍ଡ ସଫା କରିବେ, ଠିକା ସଂସ୍ଥାଙ୍କୁ ଦାୟିତ୍ବ ବଣ୍ଟାଯାଇଛି। ଆୱାରଲ୍ୟାଣ୍ଡ୍‌ ଠିକାସଂସ୍ଥା ବିଏମ୍‌ସିର ୨୦ଟି ୱାର୍ଡର ରାସ୍ତାଘାଟ ସଫେଇ ଦାୟିତ୍ବ ନେଇଛି। ପ୍ରାୟ ୧ହଜାର ସଫେଇ କର୍ମଚାରୀ, ଗାଡ଼ିଚାଳକ ଏହି ଠିକା ସଂସ୍ଥା ଅଧୀନରେ କାମ କରୁଛନ୍ତି। କିନ୍ତୁ ଆୱାରଲ୍ୟାଣ୍ଡ୍‌ ଅଦ୍ୟାବଧି ସଫେଇ କର୍ମଚାରୀ, ଅଳିଆ ଉଠା ଗାଡ଼ିର ଚାଳକଙ୍କୁ ଦରମା ଦେଇନି। ଯାହାର ପ୍ରତିବାଦ ଜଣାଇ ଆଜି ଏହି ସଫେଇ କର୍ମଚାରୀମାନେ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା  ସହ ସେମାନଙ୍କ ପ୍ରାପ୍ୟ ଦାବି କରିଥିଲେ। ଯେଉଁଥିପାଇଁ ଆଜି ଆୱାରଲ୍ୟାଣ୍ଡ ନେଇଥିବା ୱାର୍ଡରୁ ଆବର୍ଜନା ଉଠି ପାରି ନଥିଲା।

ଆନ୍ଦୋଳନକାରୀ ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି, ସେମାନେ ପ୍ରତି ମାସ ୧୦ ତାରିଖରେ ଦରମା ପାଇଥାନ୍ତି। କିନ୍ତୁ ଚଳିତମାସ ୧୭ ତାରିଖ ହେଲାଣି, କିନ୍ତୁ କାହାରିକୁ ଦରମା ମିଳିନି। ଆଗକୁ ଦୀପାବଳୀ ପୂଜା। ଘର ପାଇଁ ଜିନିଷପତ୍ର କିଣିବାର ଅଛି। ଏଭଳି ସ୍ଥିତିରେ ଦରମା ନ ମିଳିବା ଦୁର୍ଭାଗ୍ୟଜନକ। ଯେ ପର୍ଯ୍ୟନ୍ତ ଦରମା ନ ମିଳିବି, ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବୁ। ସହରରେ ଝାଡ଼ୁ ବାଜିବନି କି ଅଳିଆ ଉଠିବନି ବୋଲି କହିଛନ୍ତି। ପରେ ବିଏମ୍‌ସି ଅଧିକାରୀ ଓ ଆୱାରଲ୍ୟାଣ୍ଡ ବୁଝାସୁଝା କରିବା ସହ କାମରେ ଯୋଗଦେବାକୁ ନିବେଦନ କରିଥିଲେ। ଆଜି ସଂଧ୍ୟା ସୁଦ୍ଧା ଦରମା କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe