ସ୍ୱଚ୍ଛତା ପ୍ରତ୍ୟେକ ମଣିଷର ପ୍ରମୁଖ ଦାୟିତ୍ବ ହେଉ

Advertisment
ସ୍ୱଚ୍ଛତା ପ୍ରତ୍ୟେକ ମଣିଷର ପ୍ରମୁଖ ଦାୟିତ୍ବ ହେଉ

ଭୁବନେଶ୍ବର: ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ବଚ୍ଛତା ନୁହେଁ, ମାନସିକସ୍ତରରେ ମଧ୍ୟ ସ୍ୱଚ୍ଛତା ଅଣାଯିବା ଆବଶ୍ୟକ। ସ୍ୱଚ୍ଛତା ପ୍ରତ୍ୟେକ ମଣିଷର ପ୍ରମୁଖ ଦାୟିତ୍ବ ହେବା ଉଚିତ। ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ସ୍କୁଲ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥି‌ଲେ ଯେ ପ୍ରତ୍ୟେକ ମଣିଷ ଦେଶର ସ୍ବଚ୍ଛତା ପାଇଁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ଉଚିତ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ ମିଶ୍ର, ସ୍ୱଚ୍ଛତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ନିଜର ଗୁରୁଦାୟିତ୍ବ ଭାବିବା ଉଚିତ ବୋଲି କହିଥିଲେ। ବିଶ୍ବବିଦ୍ୟାଳୟର ଡିନ୍‌ ଡ. ଉମାକାନ୍ତ ନାୟକ ସ୍ବଚ୍ଛତାର ଉପାଦେୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ତରଫରୁ ବକ୍ତୃତା ଏବଂ କୁଇଜ୍‌ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏମ୍‌ବିଏ ଛାତ୍ରୀ ସୁନନ୍ଦା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଡା. ମଧୁମିତା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe