ଜଳବାୟୁ ପରିବର୍ତ୍ତନର ପରିଣତି: ନିମ୍ବ ଗଛକୁ ଫିମ୍ପି ବିପଦ

Advertisment
ଜଳବାୟୁ ପରିବର୍ତ୍ତନର ପରିଣତି: ନିମ୍ବ ଗଛକୁ ଫିମ୍ପି ବିପଦ

ଭୁବନେଶ୍ବର: ରାଜଧାନୀରେ ନିମ୍ବ ଗଛ ପ୍ରତି ବିପଦ ମାଡ଼ିଆସୁଥିବା ଆଶଙ୍କା ପ୍ରକାଶ ପାଇଛି। ଜୟଦେବବିହାର, ଆଚାର୍ଯ୍ୟବିହାରଠାରୁ ବରମୁଣ୍ଡା ଏବଂ ଏଜି ଛକ ପର୍ଯ୍ୟନ୍ତ ଯେଉଁଠି ମଧ୍ୟ ନିମ୍ବ ଗଛ ରହିଛି, ସେସବୁରୁ ପତ୍ର ପୋଡ଼ି ଯାଉଥିବା ବେଳେ ବହୁ ଡାଳ ଶୁଖିବା ସହ ଭାଙ୍ଗି ଯାଉଛି। ଡାଇବେକ୍‌ ଡିଜିଜ୍‌ ନାମକ ଏକ ଫଙ୍ଗସ୍‌ ବା ଫିମ୍ପି ଯୋଗୁଁ ନିମ୍ବ ଗଛକୁ ଏଭଳି ବିପଦ ଗ୍ରାସ କରୁଛି ବୋଲି କହିଛନ୍ତି ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡର ବରିଷ୍ଠ ବୈଜ୍ଞାନିକ ପ୍ରସାଦ କୁମାର ଦାସ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେଉଛି ବୋଲି ସେ କହିଛନ୍ତି।

ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଭାବରେ ନିମ୍ବ ଗଛକୁ ଫିମ୍ପି ଆକ୍ରମଣର ଅଭିଯୋଗ ଆସିନାହିଁ। ଏଥିପୂର୍ବରୁ କେବଳ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ନିମ୍ବ ଗଛକୁ ଏହି ଫିମ୍ପି ଆକ୍ରମଣ କରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ତେବେ ରାଜଧାନୀରେ ଯେଉଁଭଳି ଭାବରେ ନିମ୍ବ ଗଛର ଡାଳ ଝଡ଼ି ପଡ଼ୁଛି, ସେଥିରୁ ଫିମ୍ପି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିବା ଅନୁମାନ କରାଯାଉଛି। ଏହାର ନିରାକରଣ ପାଇଁ ବ୍ୟାପକ ଭାବରେ କୀଟନାଶକ ସିଞ୍ଚନ କରିବାକୁ ହେବ କିମ୍ବା ଗଛର ଡାଳ ଭାଙ୍ଗିବାକୁ ହେବ। ନିମ୍ବ ଗଛର ଔଷଧୀୟ ମୂଲ୍ୟ ରହିଛି। ତେଣୁ ଫିମ୍ପି ଯୋଗୁ ଏହି ଉପକାରୀ ଗଛ ନଷ୍ଟ ହେବା ମଣିଷ ସମାଜ ପାଇଁ ବଡ଼ ବିପଦ ଦର୍ଶାଉଛି। ସ୍ଥାନୀୟ ପ୍ରଶାସନ ଏଥିସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ନୁହେଁ। କେବଳ ଭୁବନେଶ୍ବର କି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ସ୍ଥିତି ହୋଇଛି, ସେନେଇ ମଧ୍ୟ ଅନୁସନ୍ଧାନର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe