କରୋନାଠାରୁ ବେଶି ଭୟଙ୍କର ଜଳବାୟୁ ପରିବର୍ତ୍ତନ

Advertisment
କରୋନାଠାରୁ ବେଶି ଭୟଙ୍କର ଜଳବାୟୁ ପରିବର୍ତ୍ତନ

ଭୁବନେଶ୍ୱର, ୩୧/୩ (ଇମିସ): ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ସ୍କାଉଟ୍‌ ଓ ଗାଇଡ୍‌ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷପ୍ରେମୀମାନେ ସହର ପରିକ୍ରମା କରିବା ପରେ କାର୍ଯ୍ୟାଳୟ ପରିସରରେ ଏକ ସମାବେଶ ଓ ସଂକଳ୍ପ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ତଥା ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବାର ସଂକଳ୍ପ ପାଠ କରିବା ସହ ଏକ ସ୍ୱତନ୍ତ୍ର ଲୋଗୋକୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉନ୍ମୋଚନ କରିଥିଲେ। ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷଣ କରୋନାଠାରୁ ବି ବେଶି ଭୟଙ୍କର ବୋଲି ସେ କହିଥିଲେ।

ଅନୁଷ୍ଠାନର କମାଣ୍ଡାଣ୍ଟ-ଇନ୍‌-ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ୱ କରି କହିଲେ ଯେ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଆୟୋଜନ କରାଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା ଭଗବାନ ପ୍ରକାଶ, ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଦୀପ ବିଶ୍ୱାଳ, ମେଜର କଳ୍ପନା ଦାସ, ଯୁବ ରେଡକ୍ରସ ଅଧିକାରୀ ରମେଶ ଚନ୍ଦ୍ର ବେହେରା, ରୋଟାରି ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଓଡ଼ିଶା ବୀରସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସୁଶ୍ରୀ ଶତପଥୀ, ଆଗାମୀ ଭୁବନେଶ୍ୱର ସଂଗଠନର ସଭାପତି ଦେବେନ୍ଦ୍ର ନନ୍ଦ, ଅଧ୍ୟାପିକା ଅନୁପମ୍ପା ଚମ୍ପତିରାୟ, ସିଟି କ୍ଲବର ସଂପାଦକ ପ୍ରଦୀପ ରାଉତରାୟ, ଶିକ୍ଷାବିତ୍‌ ଜଲିଲ ଖାନ, ସ୍କାଉଟ୍‌ ଓ ଗାଇଡ୍‌ର ଉପନିର୍ଦ୍ଦେଶକ ମିହିର କୁମାର ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ଆଇରନ୍‌ମ୍ୟାନ୍‌ ସିର୍ଦ୍ଧାଥ ରାଉତରାୟଙ୍କୁ ଗ୍ରିନ ଆର୍ମି କମାଣ୍ଡାଣ୍ଟ ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ‘ପପେଟ୍‌’ ପଥପ୍ରାନ୍ତ ନାଟକ ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ପରିବେଶ ସୁରକ୍ଷା ସମ୍ୱନ୍ଧିତ ନାଟକ ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe