ଭୁବନେଶ୍ୱର: ଓଡ଼ିଶୀରେ ମା’ ଭଗବତୀଙ୍କ ଅପୂର୍ବ ରୂପର ବର୍ଣ୍ଣନା ସାଙ୍ଗକୁ ନୃତ୍ୟଶିଳ୍ପୀଙ୍କ ‘ଭଗବତୀ ସ୍ତୋତ୍ରମ୍’ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ‘ତୃତୀୟ ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ-୨୦୧୮’ର ଉଦ୍ଯାପନୀ ସଂଧ୍ୟାରେ ଏହା ଦେଖିବାକୁ ମିଳିଥିଲା। ଏହି ଅବସରରେ ଗୁରୁ ରତିକାନ୍ତ ମହାପାତ୍ରଙ୍କୁ ‘ତୃତୀୟ ନୃତ୍ୟ ନୈବେଦ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଧନେଶ୍ୱର ସ୍ୱାଇଁ ଓ ହେମରାଜ ଆଡ୍ଭର୍ଟାଇଜ୍ର ଏଲ୍ଏନ୍ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ପ୍ରତିଭା ଅନେ୍ଵଷଣରେ ଭାଗ ନେଇଥିବା ୧୦୦ରୁ ଊର୍ଧ୍ୱ ଶିଳ୍ପୀଙ୍କ ମଧ୍ୟରୁ ୨୦ ଶିଳ୍ପୀଙ୍କୁ ‘ନୃତ୍ୟ ନୈବେଦ୍ୟ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରେ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ନୃତ୍ୟ ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ଓ ଅପରାହ୍ନରେ ୩୦ରୁ ଊର୍ଧର୍୍ୱ ଶିଳ୍ପୀ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସଂଯୁକ୍ତ ଦାସ ଏବଂ ଗୁରୁ ବିଜୟ କୁମାର ଦାସ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us