ବନ୍ଦ କାର୍ଯ୍ୟାଳୟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Advertisment

ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ସନ୍ଦେହ

ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ସନ୍ଦେହ

ବନ୍ଦ କାର୍ଯ୍ୟାଳୟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଚନ୍ଦ୍ରଶେଖରପୁର: ଆଜି ମଧ୍ୟାହ୍ନରେ ଚନ୍ଦ୍ରଶେଖରପୁର ବିଡିଏ ନାବାର୍ଡ଼ କଲୋନି ଘର ନମ୍ବର-୨ରେ ଚାଲିଥିବା ଏକ ଇଲେକ୍‌ଟ୍ରୋନିକ୍ସ୍‍ ସାମଗ୍ରୀ ମାର୍କେଟିଂ କାର୍ଯ୍ୟାଳୟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ବନ୍ଦ ଥିବା ଉକ୍ତ କାର୍ଯ୍ୟାଳୟରୁ ଦୁର୍ଗନ୍ଧ ଆସିବାରୁ ପାଖ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ଗଳିତ ମୃତଦେହଟିକୁ ଜବତ କରିଥିଲା। ପରେ ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ।

ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୌରହରି ଦାସ(୨୫)। ସେ ନିଜ ପରିବାର ସହ ବାଣୀବିହାର ଜିଏ କଲୋନିରେ ରହୁଥିଲେ। ତାଙ୍କ ବାପା ଗୋକୁଳ ଦାସଙ୍କ ସୂଚନା ଅନୁଯାୟୀ ଗୌରହରି ଗତ ଶନିବାରଠାରୁ ଘରୁ ଯାଇ ଆଉ ଫେରିନଥିଲେ। ଏନେଇ ପରିବାର ଲୋକ ସହିଦନଗର ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ। ତେବେ ପୁଅକୁ ନିଜ ବନ୍ଧୁମାନଙ୍କ ଘରେ ଖୋଜାଖୋଜି କରୁଥିବା ବେଳେ ହଠାତ୍‌ ଆଜି ଗୌରଙ୍କ କାର୍ଯ୍ୟଳୟରେ ତାଙ୍କ ଶବ ଝୁଲୁଥିବା ମିଳିଥିଲା। ତେବେ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ଚନ୍ଦ୍ରଶେଖରପୁର ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe