ସିଏନ୍‌ଜି ଅଟୋଚାଳକଙ୍କ ବିକ୍ଷୋଭ

Advertisment
ସିଏନ୍‌ଜି ଅଟୋଚାଳକଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଅନ୍ୟ ସ୍ଥାନରେ ସିଏନ୍‌ଜି ୭୭ ଟଙ୍କାରେ ମିଳୁଥିବା ବେଳେ ରାଜଧାନୀରେ ୯୪.୧୫ ଟଙ୍କା। ସେଥିରେ ପୁଣି ମାତ୍ର କେତୋଟି ହାତଗଣତି ପେଟ୍ରୋଲ ପମ୍ପରେ ସିଏନ୍‌ଜି ମିଳୁଛି। ଫଳରେ ଅଟୋରେ ଗ୍ୟାସ୍ ଭରିବା ପାଇଁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ସିଏନ୍‌ଜି ଦର ହ୍ରାସ କରିବା ସହ ସବୁ ପେଟ୍ରୋଲ ପମ୍ପରେ ଏହି ଗ୍ୟାସ ଉପଲବ୍‌ଧ କରାଇବା ଦାବି କରି ଆଜି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଲୋୟର୍‌ ପିଏମ୍‌ଜିରେ ଆଜି ୫ ଶହରୁ ଅଧିକ ଅଟୋ ମାଲିକ ଏହାର ପ୍ରତିବାଦ କରି ଗର୍ଜନ କରିଥିଲେ। ସଂଘ ସଭାପତି ଦୀନବନ୍ଧୁ ନାୟକଙ୍କ ସମେତ ବହୁ ସଂଖ୍ୟାରେ ଅଟୋଚାଳକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe