ସିଲ୍‌ ହେଲା କୋଚିଂ ସେଣ୍ଟର, ଡ୍ରେସ୍‌ ସୋ’ରୁମ୍‌

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ବର: କୋଭିଡ୍‌-୧୯ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବିଏମ୍‌ସି ଆଜି ପୂର୍ବାହ୍ନରେ ଗୋଟିଏ କୋଚିଂ ସେଣ୍ଟର୍‌ ଏବଂ ସଂଧ୍ୟାରେ ୟୁନିଟ-୨ ମାର୍କେଟ୍ ବିଲଡିଂରେ ଏକ ଡ୍ରେସ୍‌ ସୋ’ରୁମ୍‌ ସିଲ୍‌ କରିଛି। ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ବିଏମ୍‌ସିର ସୂଚନା ଅନୁଯାୟୀ, ନାଗେଶ୍ବର ଟାଙ୍ଗିରେ ଥିବା ବେଞ୍ଚମାର୍କ କ୍ଲାସେସ୍ ଆଜି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଡାକି ସମ୍ବର୍ଦ୍ଧନା ଦେଉଥିଲା। ଏଠାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପାଇଁ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ବିଏମ୍‌ସିରୁ କୌଣସି ଅନୁମତି ଆଣି ନଥିଲେ। ଏହାସହ କୋଭିଡ-୧୯ କଟକଣା ଉଲ୍ଲଂଘନ କରିଥିବା ବିଏମ୍‌ସି କର୍ତ୍ତୃପକ୍ଷ ଚଢ଼ଉ ସମୟରେ ଜାଣିବାକୁ ପାଇଥି‌ଲେ। ଏହାପରେ କୋଚିଂ ସେଣ୍ଟରକୁ ଖାଲି କରି ସିଲ୍‌ କରିଦିଆଯାଇଛି। ଆସନ୍ତା ନିର୍ଦ୍ଦେଶନାମ ପର୍ଯ୍ୟନ୍ତ କୋଚିଂ ସେଣ୍ଟର ବନ୍ଦ ରହିବ।

ସେହିପରି ସଂଧ୍ୟାରେ ବିଏମ୍‌ସି ଜେଡ୍‌ଡିସି ଅଂଶୁମାନ ରଥ ତାଙ୍କ ଟିମ୍‌ ୟୁନିଟ-୨ ମାର୍କେଟ୍ ବିଲଡିଂରେ କୋଭିଡ-୧୯ କଟକଣା ପାଳନ ହେଉଛି କି ନାହିଁ ଯାଞ୍ଚ କରିଥିଲେ। ଏହି ସମୟରେ ଏଫ୍‌ସିଟି ଡ୍ରେସ୍‌ ସୋ’ରୁମ୍‌ରେ କୋଭିଡ୍‌ କଟକଣା ପାଳନ ହେଉନଥିବା ଦେଖିବାକୁ ପାଇଥିଲେ। ଶ୍ରୀ ରଥଙ୍କ ସୂଚନା ଅନୁଯାୟୀ, ସୋ’ରୁମ୍‌ ଭିତରେ ୧୫୦ରୁ ୨୦୦ଜଣ ଲୋକ ଥିବାବେଳେ କେହି ସାମାଜିକ ଦୂରତା ନିୟମ ମାନୁ ନଥିଲେ। ତେଣୁ ସୋ’ରୁମ୍‌କୁ ସିଲ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe