ଚେତିଲା ଅଗ୍ନିଶମ ବିଭାଗ: ଭୁବନେଶ୍ୱରର ସବୁ କୋଚିଂ ସେଣ୍ଟରରେ କାଲି ହେବ ଚଢ଼ାଉ!

Advertisment
ଚେତିଲା ଅଗ୍ନିଶମ ବିଭାଗ: ଭୁବନେଶ୍ୱରର ସବୁ କୋଚିଂ ସେଣ୍ଟରରେ କାଲି ହେବ ଚଢ଼ାଉ!

Odisha Sun Times

ଭୁବନେଶ୍ୱର: ଗୁଜୁରାଟର ସୁରଟରେ ଶୁକ୍ରବାର ଅପରାହ୍ଣରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ଘଟିବା ପରେ ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ସତର୍କ ହୋଇଛି। ରାଜଧାନୀରେ ପରିଚାଳିତ ହେଉଥିବା ସବୁ କୋଚିଂ ସେଣ୍ଟରରେ କିଭଳି ଭାବରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ସେଗୁଡ଼ିକର ଯାଞ୍ଚ ପାଇଁ ଅଗ୍ନିଶମ ଡିଜି ନିର୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ତ୍ରୁଟି ଦେଖାଗଲେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ ସୁରଟର ତକ୍ଷଶୀଳା ପରିସରରେ ଚାଲିଥିବା କୋଚିଂ ସେଣ୍ଟରରେ ଅଚାନକ ଅଗ୍ନିକାଣ୍ଡ ଘଟିବାରୁ ପିଲାମାନେ ଜୀବନ ବିକଳରେ ୪ ମହଲା କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଘଟଣା ଦିନ ୨୦ ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ୨ ଜଣଙ୍କର ମୃତ୍ୟୁ ଘଟିଛି। ଇତି ମଧ୍ୟରେ ସୁରଟ ପୁଲିସ ସଂପୃକ୍ତ କୋଚିଂ ସେଣ୍ଟରର ମାଲିକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe