ନଡ଼ିଆ ଚାଷ ସମ୍ପର୍କିତ କର୍ମଶାଳା

Advertisment
ନଡ଼ିଆ ଚାଷ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର : ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ରୟାଲ ସୁଇଟ୍‌ସଠାରେ ଓଡ଼ିଶାରେ ନଡ଼ିଆ ଚାଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡର ସଦସ୍ୟ ବିଶ୍ୱନାଥ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ, ସାରା ଦେଶରେ ଓଡ଼ିଶା ନଡ଼ିଆ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି। ପ୍ରଥମ ସ୍ଥାନ ଅଧିକାର କରିବା ନେଇ ସରକାରଙ୍କ ସହଯୋଗ ଦରକାର। ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୦ ଟଙ୍କା ଧାର୍ଯ୍ୟ କରାଯିବା ଦରକାର। ସରକାର ନଡ଼ିଆ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଧାନ କ୍ଷେତ ଚାରିପଟେ ବନ୍ଧ କରି ନଡ଼ିଆ ଚାଷ କରିବାକୁ ଶ୍ରୀ ରଥ କହିଥିଲେ।

ଅନ୍ୟମାନଙ୍କ ମଧ୍ୟେରେ ବୋର୍ଡର ଉପନିର୍ଦେଶକ ରଜତ କୁମାର ପାଲ, ଓୟୁଏଟି କୃଷି ବିଭାଗୀୟ ମୁଖ୍ୟ ଆରକେ ମିଶ୍ର, ଉଦ୍ୟାନ କୃଷି ବିଭାଗ ପୂର୍ବତନ ନିର୍ଦେଶକ ସୁଦର୍ଶନ ପଣ୍ଡା, କେନ୍ଦ୍ରୀୟ ଉଦ୍ୟାନ ବିଭାଗ ଅଧିକାରୀ ଜିସି ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଫାର୍ମ ପରିଚାଳକ ଈଶ୍ୱର ଚନ୍ଦ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe