ଭୁବନେଶ୍ୱର: ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରତିଷ୍ଠାତା ସ୍ବର୍ଗତ ଅଟଳ ବିହାରୀ ପଟ୍ଟନାୟକଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ୟୁନିଟ୍-୪ସ୍ଥିତ ଅଟଳ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୨୯୫ ୟୁନିଟ୍ ସଂଗ୍ରହ କରାଯାଇଥିଲା। ଉଦ୍ଘାଟକ ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ମେୟର ସୁଲୋଚନା ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଜୟ ଓଡ଼ିଶା ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ, ଟ୍ରାଫିକ୍ ଡିସିପି ନିର୍ମଳ ଶତପଥୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଭୁବନେଶ୍ୱର ଔଷଧ ବ୍ୟବସାୟୀ ସଂଘର ସମ୍ପାଦକ ଜୟନାରାୟଣ ପରିଡ଼ା, ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସଭାପତି ପ୍ରଗତି ରଂଜନ ମହାନ୍ତି, ସମ୍ପାଦକ ପ୍ରଶାନ୍ତ ଜେନା, ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାଂସୁ ଦାସ, ଲୋକସମ୍ପର୍କ ଅଧିକାରୀ ମଧୁରାମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍ସି ବ୍ଲଡ୍ ବ୍ୟାଙ୍କ୍ର ସହାୟତାରେ ଏହି ଶିବିରରୁ ରକ୍ତ ସଂଗ୍ରହ କରାଯାଇଥିଲା।
Follow Us