ବାଲି ବୋଝେଇ ହାଇୱାଠାରୁ ୩୫ ହଜାର ଜରିମାନା ଆଦାୟ

ବାଲି ବୋଝେଇ ହାଇୱାଠାରୁ ୩୫ ହଜାର ଜରିମାନା ଆଦାୟ

Heavyequipments.in

ବାଲିଅନ୍ତା : ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଆଜି ଅପରାହ୍‌ଣରେ ସ୍ଥାନୀୟ ବାଲିଅନ୍ତା ବଜାରରେ ଅତର୍କିତ ଚଢ଼ଉ କରି ଗୋଟିଏ ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛନ୍ତି। ଜବତ ହାଇୱା ମାଲିକଙ୍କଠାରୁ ୩୫ହଜାର ଜରିମାନା ଆଦାୟ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ତେବେ ଉକ୍ତ ରାସ୍ତାରେ ବେଆଇନ ଭାବେ ବାଲି ନେଇଯାଉଥିବା ଆଉ କିଛି ଟ୍ରକ୍‌ ଓ ହାଇୱା ଖସି ପଳାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବାଲିଅନ୍ତା-ଜୟଦେବ ରାସ୍ତା, ପୁରୁଣା ଜଗନ୍ନାଥ ରାସ୍ତା, ଟଙ୍କପାଣି ବ୍ରିଜ୍‌ ରାସ୍ତା, ବ୍ଲକ୍‌ ହେଡ୍‌କ୍ବାର୍ଟର୍‌ ରାସ୍ତାରେ ପ୍ରତି ଦିନ ଅନେକ ବେଆଇନ ବାଲି ବୋଝେଇ ଟ୍ରକ୍‌ ବାଲି ଚାଲାଣ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe