ପତ୍ନୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ ଜେଲ୍

Advertisment
ପତ୍ନୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ ଜେଲ୍

ଭୁବନେଶ୍ବର:  ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଉଷ‌ାଶ୍ରୀଙ୍କ ସ୍ବାମୀ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ଜୁନ୍‌ ୨୧ ତାରିଖ  ରାତିରେ ଦୋଷୀ ସୋମନାଥ ପରିଡ଼ା  ତାଙ୍କ ପତ୍ନୀଙ୍କୁ ହତ୍ୟାକରିବା ପ‌ରେ ୩୦୦ ଖଣ୍ଡ କରି ବହୁ ସଂଖ୍ୟକ ଟିଫିନ୍ ବାକ୍ସରେ ଭର୍ତ୍ତି କରି ଦେଇଥିଲେ। ଦୀର୍ଘ ୭ ବର୍ଷ ଧରି ଏହି ବହୁଚର୍ଚ୍ଚିତ ମାମଲାର ବିଚ‌ାର ଚାଲିବା ପରେ ଆଜି ରାୟ ପ୍ରକାଶ ପାଇଛି। ଶେଷ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ପତ୍ନୀହନ୍ତା କର୍ଣ୍ଣେଲଙ୍କୁ ଆଜି  ଭୁବନେଶ୍ୱରର ଜିଲ୍ଲା ଦୌରାଜଜ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ ଜୁନ୍‌ ୨୧ ତାରିଖରେ ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ ସେନା ଡାକ୍ତର(କର୍ଣ୍ଣେଲ) ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ୩ଶହ ଖଣ୍ଡ କରି ହତ୍ୟା କରିଥିଲେ।  ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରଥମେ ପ୍ରଥମେ ସୋମନାଥ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ କହିଥିଲେ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି। ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିଠାରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରିଥିଲେ। ଶେଷରେ ପୁଲିସ ସୋମନାଥଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।

publive-image Gulf News

ଜାଣନ୍ତୁ କେମିତି ଧରାପଡ଼ିଲେ କର୍ଣ୍ଣେଲ...

ଘଟଣାର ଦୁଇ ଦିନ ପୂର୍ବରୁ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ବାପାଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଲେଖା ମା’ ଉଷାଶ୍ରୀଙ୍କ ସହିତ କଥା ହେବାକୁ ଚାହିଁବାରୁ କର୍ଣ୍ଣେଲ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ। କହିଥିଲେ ମା’ ଦେହ ଭଲ ନାହିଁ ସେ ଶୋଇଛି। ଏଭଳି ଉତ୍ତର ବାରମ୍ବାର ଶୁଣିବା ପରେ ଲେଖାଙ୍କ ମନରେ ସନ୍ଦେହ ହୋଇଥିଲା। ସେ ୨୧ ଜୁନ୍‌ ସନ୍ଧ୍ୟା ପ୍ରାୟ ୭ଟାବେଳେ ଖାରବେଳନଗର ଅଞ୍ଚଳରେ ରହୁଥିବା ମାମୁଁ ରଂଜନ ଲେଙ୍କାଙ୍କୁ  ଆଇଆର୍‌ସି ଘରକୁ ଯାଇ ମା’ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଲାଗି କହିଥିଲେ । ରଂଜନ ତାଙ୍କ ପୁତୁରାଙ୍କ ସହିତ ରାତି ପ୍ରାୟ ସାଢ଼େ ୧୦ଟାବେଳେ ଆଇଆର୍‌ସି ଘରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କଲିଂବେଲ୍‌ ବଜାଇଥିଲେ ମଧ୍ୟ କର୍ଣ୍ଣେଲ ଏହାର କୌଣସି ଉତ୍ତର ଦେଇଥିଲେ। କିଛି ସମୟପରେ କବାଟ ଖୋଲିବା ପରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ଭଉଣୀ ଉଷାଶ୍ରୀ କାହିଁ ବୋଲି ରଂଜନ ପଚାରିବାରୁ କର୍ଣ୍ଣେଲ କବାଟ ବନ୍ଦ କରି ଦେଇଥିଲେ।

ଏହାପରେ ରଂଜନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସର ଏକ ଟିମ୍‌ ସୋମନାଥ ପରିଡ଼ାଙ୍କ  ଆଇଆର୍‌ସି ଭିଲେଜ ଘରକୁ ଯାଇ ଛାନ୍‌ଭିନ୍‌ କରିବା ପରେ ଜାଣିଥିଲେ ଉଷାଶ୍ରୀଙ୍କୁ ହତ୍ୟା କରାଯାଇଛି। ପୁଲିସ ସେହି ଘରୁ ୨୧ଟି ଷ୍ଟିଲ୍‌ ଡବା ଓ ଦୁଇଟି ବଡ଼ ବାକ୍ସ ଜବତ କରିଥିଲା ଯେଉଁଥିରେ ଉଷାଶ୍ରୀଙ୍କ ଶବକୁ କାଟି ଖଣ୍ଡଖଣ୍ଡ କରି ରଖାଯାଇଥିଲା। ସେହିପରି ଉଷାଶ୍ରୀଙ୍କ ମୁଣ୍ଡ ଭର୍ତି ଗୋଟିଏ ଟିଫିନ୍‌, ଆରି, କରତ, ୨୫ ବୋତଲ ଫିନାଇଲ୍‌, ଚଟାଣ ସଫେଇ ଏସିଡ୍‌ ଆଦି ମଧ୍ୟ ପୁଲିସ ଜବତ କରିଥିଲା। ସକାଳୁ ସକାଳୁ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭିଡ଼ ଜମି ଥିଲା। କିନ୍ତୁ କର୍ଣ୍ଣେଲ ବାରମ୍ବାର କହୁଥିଲେ ସେ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିନାହାନ୍ତି, ସେ ଆତ୍ମହତ୍ୟା କରିଛନ୍ତି। କମିସନରେଟ୍‌ ପୁଲିସ ପକ୍ଷରୁ ସୋମନାଥଙ୍କ ଲାଏ ଡିଟେକ୍‌ସନ୍‌ ଟେଷ୍ଟ ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe