ମିସ୍ ଇଣ୍ଡିଆ ଦୌଡ଼ରେ ସାମିଲ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଲିଉଡ୍ର ଚୁଲ୍ବୁଲି ନାୟିକା ଅର୍ଚ୍ଚିତାଙ୍କ ରୂପର ରହସ୍ୟ ଜାଣିବାକୁ ଯେ କେହି ବି ଚାହିଁବ। ଆକର୍ଷଣୀୟ ଓଠ ଓ ଆଖି ସହ ଘନ ଓ ଷ୍ଟାଇଲିଷ୍ଟ୍ କେଶର ଯାଦୁରେ ସେ ଅନେକଙ୍କ ନିଦ ହଜାଇ ଦିଅନ୍ତି। ଅର୍ଚ୍ଚିତା କହନ୍ତି, ସେ ସବୁ ବେଳେ କେଶକୁ କୃତ୍ରିମ ବା ରସାୟନ ଜାତ ଉତ୍ପାଦଠାରୁ ଦୂରେଇ ରଖନ୍ତି। କାରଣ ଏହା କେଶ ଝଡ଼ିବାର ମୁଖ୍ୟ କାରଣ ହୋଇଥାଏ। ତେଲ ହେଉଛି କେଶ ପାଇଁ ସଞ୍ଜୀବନୀ। କେଶ ଧୋଇବା ପୂର୍ବରୁ ସେ ସପ୍ତାହକୁ ଦୁଇ ଥର କେଶରେ ତେଲ ଲଗାଇ ଏହାକୁ ହାଲ୍କା ମସାଜ କରନ୍ତି। କେଶ ପାଇଁ ସେ ଅଲିଭ୍ ଅଏଲ୍ ବ୍ୟବହାର କରନ୍ତି। ଏହାସହ ସବୁବେଳେ କେଶ ମୂଳ ସଫା ରଖନ୍ତି। ମାସକୁ ଥରେ କେଶର ଅଗ୍ର ଭାଗକୁ କାଟିଦିଅନ୍ତି। ଏହା ଫଳରେ ଦୋମୁହାଁ କେଶ ସମସ୍ୟା ଦୂର ହେବା ସହ କେଶ ସୁସ୍ଥ ଦେଖାଯାଏ। ଅର୍ଚିତା କହନ୍ତି, ଆଖି ହେଉଛି ମୋ ପାଇଁ ଭଗବାନଙ୍କ ଉପହାର। ସୁଟିଂରେ ବ୍ୟସ୍ତ ରହିବା ହେତୁ ଶୋଇବାକୁ ବହୁ କମ୍ ସମୟ ମିଳେ। ଏଥିପାଇଁ ଆଖି ତଳ କଳା ପଡ଼ିବାର ଆଶଙ୍କା ଥାଏ। ତେଣୁ ସବୁ ଦିନେ ମୁଁ ୭ରୁ ୮ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରେ। ଏଥିସହ ପ୍ରତିଦିନ ପ୍ରଚୁର ପାଣି ପିଏ। ଏହା ଶରୀର ପାଇଁ ଯେତେ ଉପକାରୀ ତ୍ୱଚା, କେଶ, ଆଖି ଓ ସୌନ୍ଦର୍ଯ୍ୟ ପାଇଁ ସେତିକି ଅପରିହାର୍ଯ୍ୟ ମଧ୍ୟ। ନିଜ ଶରୀର ପାଇଁ ବ୍ୟାୟାମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି ଅର୍ଚିତା।
ଫିଟ୍ନେସ୍ ମନ୍ତ୍ର : ଅର୍ଚ୍ଚିତାଙ୍କ ପସନ୍ଦ ଅଲିଭ୍ ଅଏଲ୍
Advertisment
Follow Us