ଶ୍ୟାମସୁନ୍ଦରଙ୍କ ବିସ୍ମୟ ସୃଜନ : ରଙ୍ଗରେ ଚଉଷଠୀ ଯୋଗିନୀଙ୍କ ପୂର୍ଣ୍ଣ ଅବୟବ

Advertisment
ଶ୍ୟାମସୁନ୍ଦରଙ୍କ ବିସ୍ମୟ ସୃଜନ : ରଙ୍ଗରେ ଚଉଷଠୀ ଯୋଗିନୀଙ୍କ ପୂର୍ଣ୍ଣ ଅବୟବ

ନିଆରା ସ୍ଥାପତ୍ୟ ଏବଂ ତାନ୍ତ୍ରିକ ମନ୍ଦିର ଭାବେ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିରର ସ୍ଥାନ ଅନନ୍ୟ। ମାତ୍ର ୯ମ ଶତାବ୍ଦୀର ଏହି କୀର୍ତି ଭାଙ୍ଗିରୁଜି ଯାଇଥିବାରୁ ପର୍ଯ୍ୟଟକ ଭଙ୍ଗା ଯୋଗିନୀମାନଙ୍କୁ ଦେଖି ଫେରନ୍ତି। ତେବେ ଏହି ଯୋଗିନୀମାନଙ୍କର ପୂର୍ଣ୍ଣ ଅବୟବ ତଥା ସ୍ୱରୂପକୁ ଆପଣ ସଶରୀରେ ଉପଲବ୍ଧି କରିପାରିବେ। ଏମିତି ଏକ ବିରଳ କୀର୍ତି ସ୍ଥାପନ କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ। ସେ ପ୍ରସ୍ତୁତ କରିଛନ୍ତି ୬୪ ଯୋଗିନୀଙ୍କ ପୂର୍ଣ୍ଣ ସ୍ୱରୂପର ଚିତ୍ର। ଗୋଡ଼ ନଥିବା ଏବଂ ନାକ ନଥିବା ଯୋଗିନୀ ତାରାଙ୍କ ସ୍ୱରୂପ ହେଉ ଅବା କିଛି ବର୍ଷ ହେବ ଅନ୍ତର୍ଧାନ ହୋଇ ଯାଇଥିବା ୬୧ ନମ୍ବର ଯୋଗିନୀ ସର୍ବେଶ୍ୱରୀ ତଥା ସିଦ୍ଧ ମଙ୍ଗଳାଙ୍କ ଅବୟବକୁ ଉପଲବ୍ଧି କରିହେବ। ସେହିପରି ମାୟା, ଇନ୍ଦ୍ରାଣୀ, ଅଜିତା, ଶାନ୍ତି, ପଦ୍ମାବତୀ, ବରାହୀ, ଯମୁନା, ସୂର୍ଯ୍ୟପୁତ୍ରୀ, ବାୟୁ ବୀଣା, ନର୍ମଦା, ମହାମାୟାଙ୍କ ଶରୀର ଅର୍ଧାଧିକ ଅଂଶ ଭାଙ୍ଗିରୁଜି ଯାଇଥିବା କଳା ମୁଗୁନି ପଥରର ଏହି ମୂର୍ତିଗୁଡ଼ିକୁ ଚିହ୍ନି ହେଉ ନଥିଲେ ହେଁ ଶ୍ୟାମସୁନ୍ଦର ପଟ୍ଟନାୟକ ୬୪ ଯୋଗିନୀଙ୍କ ପୂର୍ଣ୍ଣ ସ୍ୱରୂପକୁ ଚିତ୍ରରେ ଉପସ୍ଥାପନ କରି କୀର୍ତିମାନ ସ୍ଥାପନ କରିଛନ୍ତି।

୨୦୧୪ ମସିହାରୁ ଚଉଷଠୀ ଯୋଗିନୀଠାରେ ଏହି ଯୋଗିନୀମାନଙ୍କ ସ୍ୱରୂପକୁ ସେ ଆଙ୍କିବା ଆରମ୍ଭ କରିଥିବା ବେଳେ ଗତବର୍ଷ ଡିସେମ୍ବରରେ ତାହା ପୂର୍ଣ୍ଣାଙ୍ଗ ହୋଇଛି। ୮୫ ବର୍ଷ ବୟସରେ ବି ତାଙ୍କର ହାତରେ ସେ ଏହି କୀର୍ତିମାନ ସ୍ଥାପନ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ବିଶେଷତ୍ୱ ହେଉଛି ଚିତ୍ରଗୁଡ଼ିକରେ କୌଣସି ରାସାୟନିକ ରଙ୍ଗର ମିଶ୍ରଣ ହୋଇନାହିଁ। ମାଟି, ଢାଉ ପଥର, କାଇମାଟି, ଗେରୁ ମାଟି, ଦୀପକଳା ଓ ଶଙ୍ଖଗୁଣ୍ଡ ଭଳି ପ୍ରାକୃତିକ ରଙ୍ଗରେ ସେ ଏହି ସମସ୍ତ ଚିତ୍ର ପ୍ରସ୍ତୁତ କରିଛନ୍ତି। ପରିଣତ ବୟସରେ ପହଞ୍ଚିଥିବା ଶ୍ରୀ ପଟ୍ଟନାୟକ ଚିତ୍ର କରିବା ବେଳେ ବହୁ ଅଲୌକିକତାକୁ ଭେଟିଛନ୍ତି। ଏ ବୟସରେ ସେ ଚିତ୍ର ଆଙ୍କିବା ବେଳେ ହାତ ଥରି ନଥିଲା କି ଆଖି ଉପରେ ପ୍ରଭାବ ପଡ଼ି ନଥିଲା। କିନ୍ତୁ ଯୋଗିନୀମାନଙ୍କୁ ଚିତ୍ରରେ ଉତାରିବା ପରେପରେ ଆଖି ଓ ହାତରେ ଦୁର୍ବଳ ଅନୁଭବ କରିଥିଲେ। ଏମିତି କି ବିଳମ୍ବିତ ରାତି ଯାଏଁ ଏକ ଚିତ୍ର ଆଙ୍କି ଶୋଇ ପଡ଼ିବା ପରେ ଉପର ପଙ୍ଖା ତଳକୁ ଖସି ପଡ଼ିଥିଲେ ହେଁ ଏହା ତାଙ୍କଠାରୁ ଦୂରେଇ ପଡ଼ିଥିଲା ବୋଲି କୁହନ୍ତି ଶ୍ୟାମସୁନ୍ଦର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe