ଜୀବନରଙ୍ଗ: ଫେସନ୍‌ରେ କାନ ତଳେ ଟାଟୁ

ଜୀବନରଙ୍ଗ: ଫେସନ୍‌ରେ କାନ ତଳେ ଟାଟୁ

Inkme.tattoo

ଯୁବପିଢ଼ିଙ୍କ ମଧ୍ୟରେ ଏବେ ଟାଟୁ ଏକ ବଡ଼ ଫେସନ୍‌ରେ ପରିଣତ ହୋଇଛି। କିଏ ହାତର କଚଟି ପାଖେ ତ’ କିଏ ଗୋଡ଼ ବଳାଗଣ୍ଠି ଉପରେ ଟାଟୁ କରୁଛନ୍ତି। ସବୁଠୁ ଅଧିକ ଟାଟୁ ହେଉଛି ବେକ ପଛପାଖ ଓ କାନ ପଛ ପାଖରେ। ଏଥିରେ ତ୍ରିଶୂଳଠାରୁ ଆରମ୍ଭ କରି ଚକ୍ର, ନିଜର ନାମ ଖୋଦେଇ, ତାରା, ପ୍ରଜାପତି, ପରୀ, ବିଭିନ୍ନ ପ୍ରକାର ଫୁଲ, ମ୍ୟୁଜିକ୍‌ ଚିହ୍ନ, ନିଜ ସାଥୀଙ୍କ ନାମ, ରାଜା/ରାଣୀ ମୁକୁଟ, ଓମ୍‌, ସ୍ବସ୍ତିକ୍‌ ଓ କ୍ରସ୍‌ ଡିଜାଇନ୍‌ ଆଦି ଅଧିକ ଚାହିଦାରେ ରହିଛି। ରସୁଲଗଡ଼ସ୍ଥିତ ହେୟାର ହ୍ୟାକର୍‌ ଫ୍ୟାମିଲି ସେଲୁନ୍‌ର ସ୍ବତ୍ବା‌ଧିକାରୀ ଜିତେନ୍ଦ୍ର ଠାକୁର କହିଛନ୍ତି, ଆଗରୁ ହାତର କଚଟି ତଳେ ଟାଟୁ କରିବା ଫେସନ୍ ଥିଲା। କିନ୍ତୁ ଏବେକାର ଯୁବପିଢ଼ିଙ୍କ ରୁଚି ବଦଳିଛି। ସେମାନେ କାନ ତଳେ ବା ପଛ ପାଖରେ ଓ ବେକ ପଛ ପାଖେ ଟାଟୁ କରିବାକୁ ବେଶି ପସନ୍ଦ କରୁଛନ୍ତି। ସାଧାରଣତଃ ଶରୀରର ଏହି ଦୁଇଟି ସ୍ଥାନ ଉପରେ ସମସ୍ତଙ୍କ ନଜର ପଡ଼ୁଥିବାରୁ ବେଶି ଯୁବପିଢ଼ି ଏଠାରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe