ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲରେ ନିଜର ଦାନ୍ତ ଚିକିତ୍ସା ପାଇଁ ଯାଉଥିବା ଚର୍ଚା ହୋଇଥିଲା। ତେଣୁ କମିସନରେଟ ପୁଲିସଠାରୁ ଆରମ୍ଭ କରି ଟ୍ରାଫିକ୍ ପୁଲିସ ପର୍ଯ୍ୟନ୍ତ ସମସ୍ତେ ସତର୍କ ହୋଇଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଆସି ନଥିଲେ।
ଆଜି କମିସନରେଟ ପୁଲିସର ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସୁରକ୍ଷା କାର୍ଯ୍ୟକୁ ତଦାରଖ କରିଥିଲେ। ଏପରିକି ଅଟୋକୁ ବାଟରୁ ହଟାଇ ଷ୍ଟାଣ୍ଡରେ ରଖିବା ସହ ଏକ ଅସ୍ଥାୟୀ ବ୍ୟାରିକେଡ୍ ମଧ୍ୟ ପକାଇଥିଲେ। ଫଳରେ କିଛି ସମୟ ହସ୍ପିଟାଲ ପରିସରରେ ଲୋକମାନଙ୍କୁ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ମୁଖ୍ୟମନ୍ତ୍ରୀ ନ ଆସିବା ଜାଣିବା ପରେ ପୁଲିସ ହସ୍ପିଟାଲରୁ ଚାଲି ଯାଇଥିଲା। ହସ୍ପିଟାଲ କର୍ତୃପକ୍ଷ ଗତକାଲି ହସ୍ପିଟାଲ ପରିସରରେ ବ୍ୟାପକ ସଜାଡ଼ିବା କାର୍ଯ୍ୟ କରିଥିଲେ। କାନ୍ଥରେ ରଂଗ ମାରିବାଠାରୁ ଆରମ୍ଭ କରି ବାତ୍ୟାରେ ପଡ଼ିଥିବା ଗଛକୁ କାଟିବା, ଲିଫ୍ଟ ମରାମତି କରାଯାଇଥିଲା।
Follow Us