କୋଭିଡ୍‌ ହସ୍ପିଟାଲରେ ହାସ୍ୟ ଅଭିନେତା ଗୁଡୁ

Advertisment
କୋଭିଡ୍‌ ହସ୍ପିଟାଲରେ ହାସ୍ୟ ଅଭିନେତା ଗୁଡୁ

Facebook

ଚନ୍ଦ୍ରଶେଖରପୁର : ଓଲିଉଡ୍‌ ହାସ୍ୟ ଅଭିନେତା ଗୁଡୁଙ୍କୁ ଖଣ୍ଡଗିରିସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଅଛନ୍ତି। ଗତକାଲି ଜ୍ବର ଥିବାରୁ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲ୍ ଯିବା ଦରକାର ପଡ଼ିଥିଲା। ତେଣୁ ସେ ୧୦୪ରେ ବାରମ୍ବାର କଲ୍ କରିଥିଲେ ହେଁ କେହି ତାଙ୍କ କଥା ଶୁଣିନଥିଲେ। ଏମିତିକି ବିଏମ୍‌ସି ପକ୍ଷରୁ ମଧ୍ୟ ତାଙ୍କୁ କୌଣସି ପ୍ରକାର ସହଯୋଗ ଯୋଗାଇ ଦିଆଯାଇନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ବାପା ମା’ ବୁଲି ବୁଲି ତାଙ୍କୁ ବିଭିନ୍ନ ସାଧାରଣ ହସ୍ପିଟାଲ ଓ କୋଭିଡ୍‌ ହସ୍ପିଟାଲ୍‌ ନେଇଥିଲେ ମଧ୍ୟ କେଉଁଠି ତାଙ୍କୁ ଭର୍ତ୍ତି କରାଯାଇନଥିଲା। ଛାତିରେ ଯନ୍ତ୍ରଣା ବଢ଼ିବାରୁ ଶେଷରେ ଗୁଡୁ ଏକ ନିବେଦନଭରା ଭିଡିଓ ପ୍ରସ୍ତୁତ କରି ଭାଇରାଲ୍ କରାଇଥିଲେ। ପରେ ତାଙ୍କୁ ଖଣ୍ଡଗିରିସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଦୁଇ ଦିନ ପୂର୍ବେ ଧାରାବାହିକ ଅଭିନେତା ଚିନ୍ମୟ ମିଶ୍ର ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe