ପୁରୁଷବନ୍ଧୁଙ୍କ ମାଡ଼ରେ ଯୁବକ ଆହତ: ଯୁବତୀଙ୍କୁ କମେଣ୍ଟ କରିବା ମହଙ୍ଗା ପଡ଼ିଲା

Advertisment
ପ୍ରେମୀଯୁଗଳଙ୍କୁ ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ୱର: ସହିଦନଗର ଭବାନୀ ମଲ୍‌ ସ୍ଥିତ ଆଇନକ୍ସ ସମ୍ମୁଖରେ ଯୁବତୀଙ୍କୁ କମେଣ୍ଟ ମାରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ମାଡ଼ରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ପ୍ରେମୀଯୁଗଳଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ସୂଚନା ମୁତାବକ, ଶନିବାର ଅପରାହ୍ନ ସାଢ଼େ ୧ଟା ସମୟରେ ପ୍ରେମୀଯୁଗଳ ଫିଲ୍ମ ଦେଖିବା ପାଇଁ ଆଇନକ୍ସ ଯାଉଥିଲେ। ଏହି ସମୟରେ ଯୁବକ ଜଣଙ୍କ ଯୁବତୀଙ୍କୁ କମେଣ୍ଟ କରିଥିଲେ। କମେଣ୍ଟ ଶୁଣି ଯୁବତୀଙ୍କ ପୁରୁଷ ବାଇକ୍‌କୁ ଅଟକାଇ ଉକ୍ତ ଯୁବକ ପାଖକୁ ଯାଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଯୁବତୀଙ୍କ ପୁରୁଷବନ୍ଧୁ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ଉକ୍ତ ଯୁବକଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ଯୁବକର ମୁଣ୍ଡ ଫାଟିଯାଇଥିଲା। ଯୁବକ ଜଣଙ୍କ ତଳେ ପଡ଼ି ଚିତ୍କାର କରିଥିଲେ। ଏଭଳି କାଣ୍ଡ ଦେଖି ସେଠାରେ ଥିବା ସ୍ଥାନୀୟ ଲୋକମାନେ ଦୌଡ଼ିଆସି ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବତୀ ଜଣଙ୍କ ଅଟକାଇବା ପଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ମାଡ଼ରୁ ବର୍ତ୍ତି ପାରି ନଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଅନ୍ୟପଟେ ପ୍ରେମୀଯୁଗଳଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେମାନଙ୍କୁ ଥାନାରେ ପଚରା ଉଚରା ପରେ ଛାଡ଼ି ଦିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe