ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦେବ କମିସନରେଟ୍ ପୁଲିସ

Advertisment
ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦେବ କମିସନରେଟ୍ ପୁଲିସ

ଭୁବନେଶ୍ବର: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୁଲିସକୁ ସାହାଯ୍ୟ  କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାଯାଇଛି ଯେ, ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯିବା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଅଲଗା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ଅଧିକ ପ୍ରମାଣପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଚ୍ଛେଦ କରାଯାଇଛି। ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ। ଏହାପରେ ଏମ୍ସରେ ରି ପୋଷ୍ଟମର୍ଟମ କରାଯାଇଛି।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା ଯେ, ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି। ତଣ୍ଟି ଚିପି ଦେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାଙ୍କ ମୁଣ୍ଡ କାଟି ନିଆଯାଇଛି। ଏସବୁ ଭିତରେ ମୁଣ୍ଡବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷାକ ଆଧାରରେ ପୋଷ୍ଟର ତିଆରି କରାଯାଇଛି। ଏହି ପୋଷ୍ଟରକୁ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି। ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି ।

publive-image

ଏହି ପୋଷ୍ଟରରେ ଥିବା ସୂଚନା ଅନୁସାରେ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଓ ଡାହାଣ ହାତ କହୁଣୀ ତଳକୁ ଏକ ତ୍ରିଶୂଳ ଚିତା ରହିଛି। ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି। ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe