ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ: ପୁଲିସ କମିସନର

Advertisment

ଗତକାଲି ୧୬ ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଥିଲା

ଗତକାଲି ୧୬ ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଥିଲା

ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ: ପୁଲିସ କମିସନର

କଟକ: ଧଳସାମନ୍ତ ଭ୍ରାତ୍ରାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବୁ। ଗତକାଲି ରାତିରେ ହୋଇଥିବା ଚଢ଼ାଉ ସମୟରେ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଛି। ୨୦୧୬ରେ ଧଳସାମନ୍ତ ଭ୍ରାତା ଗିରଫ ପୂର୍ବରୁ ଏହାକୁ ଲୁଚାଇ ରଖିଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା।

ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ସମୟରେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ନେଇ ସୂଚନା ମିଳିଥିଲା ଏବଂ ଏହି ଆଧାରରେ ଗତକାଲି ଚଢ଼ାଉ କରାଯାଇଥିଲା। ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ ବନ୍ଧୁକଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା। ତେଣୁ ଏବେ ସବୁ କଥା କୁହାଯାଇପାରିବ ନାହିଁ। କାରଣ ତଦନ୍ତ ଚାଲିଛି। ଏବେ ଠାରୁ ସବୁ କଥା କହିଲେ ତଦନ୍ତରେ ବାଧାପ୍ରାପ୍ତ ହେବ। ଧଳ ସାମନ୍ତ ଓ ଅନ୍ୟ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ଦେଇଛୁ। ସେମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

publive-image

୯ଏମ୍‌ଏମ୍‌ ସହିତ ଅନ୍ୟ ବନ୍ଧୁକ ମିଳିଛି। ଏଗୁଡ଼ିକ ଅତି ବିପଦପୂର୍ଣ୍ଣ ଅସ୍ତ୍ର। ଜେଲରେ ଥାଇ ମଧ୍ୟ ଧଲ ସାମନ୍ତ ଭ୍ରାତ୍ରା ବାହାରେ ଲୋକଙ୍କୁ ଭୟ କରାଉଛନ୍ତି। ପୂର୍ବରୁ ସେମାନଙ୍କର ବଡ଼ ଗ୍ୟାଙ୍ଗ ଥିଲା। ଧଳସାମନ୍ତ ଦରକାର ପଡ଼ିଲେ ବନ୍ଧୁକ ଓ ଗୁଳି ବିକ୍ରି କରନ୍ତି। ଚୋରା ବନ୍ଧୁକ କାରବାର ଅଟକାଇବାକୁ ପଡ଼ିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି ଯେ, ଚଢ଼ାଉ ପରେ ଏପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି ଓ ୪ଟି ବାଇକ୍‌ ଜବତ ହୋଇଛି।

publive-image

ଅଭିଯୁକ୍ତଙ୍କ ତାଲିକା

୧. ବାବୁ ଓରଫ ପ୍ରକାଶ ବେହେରା (୪୧)
୨. ଶରତ ସେଠି ଓ ବୁଧିଆ (୪୪)
୩. ସମୀର କୁମାର ନାୟକ ଓରଫ ସମୀର (୩୯)
୪. ଶିବ ନାୟକ ଓରଫ ଶିବ (୩୦)
୫. ରିଙ୍କୁ ସାହୁ ଓରଫ ରିଙ୍କୁ (୨୯)
୬. ସାଗର ଓରଫ ସାଗର ବେହେରା (୨୬)
୭. ପପୁ ଓରଫ ଶେଷଦେବ ସାସ (୩୮)
୮. ଚାଗ ଓରଫ ବିବେକାନନ୍ଦ ସାହୁ (୪୧)

ଜବତ ସାମଗ୍ରୀ

୧. ୧୬ଟି ବନ୍ଧୁକ (୧୩ଟି ୯ଏମ୍‌ଏମ୍‌ ପିସ୍ତଲ, ୩ଟି ୭.୬୫ ପିସ୍ତଲ ସାମିଲ)
୨. ୧୦୯୫ଟି ଜୀବନ୍ତ ଗୁଳି
୩. ୨୪ଟି ମାଗାଜିନ୍‌
୪. ୧୬ଟି ମୋବାଇଲ୍‌ ଫୋନ୍‌
୫. ୪ଟି ମୋଟର ସାଇକେଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe