‌ଚୁନିଙ୍କୁ ସମ୍ବର୍ଦ୍ଧିତ କଲା କମିସନରେଟ୍‌ ପୁଲିସ, ଦଣ୍ଡ ନୃତ୍ୟରେ ଦେବେ ସଡ଼କ ସୁରକ୍ଷା ବାର୍ତ୍ତା

Advertisment
‌ଚୁନିଙ୍କୁ ସମ୍ବର୍ଦ୍ଧିତ କଲା କମିସନରେଟ୍‌ ପୁଲିସ, ଦଣ୍ଡ ନୃତ୍ୟରେ ଦେବେ ସଡ଼କ ସୁରକ୍ଷା ବାର୍ତ୍ତା

ଭୁବନେଶ୍ବର :‌ ଟ୍ରାଫିକ୍‌ ନିୟମ ପାଳନ ହେଉ କି କୁସଂସ୍କାର, ଦଣ୍ଡ ନୃତ୍ୟ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରାନ୍ତି। କେବଳ ଲୋକ ସଚେତନ ହେଲେ ହିଁ ସବୁ ସମସ୍ୟାରୁ ମୁକ୍ତି ପାଇ ହେବ ବୋଲି ସେ ଦାବି କରନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ସମଗ୍ର ରାଜ୍ୟରେ ବେଶ୍‌ ଚର୍ଚ୍ଚାକୁ ଆସିଥିବା ଏହି ଯୁବତୀ ହେଉଛନ୍ତି ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ଥାନା ପରିବନ୍ଧ ଗ୍ରାମ ଗୋଲେଖ ବଗର୍ତ୍ତୀଙ୍କ କନ୍ୟା ଚୁନି। ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ବିଲୁପ୍ତ ପ୍ରାୟ ଲୋକକଳା ଜରିଆରେ ଜନ ସଚେତନତା ଭଳି ନିଆରା ପରିପ୍ରକାଶ ରାଜ୍ୟ ପାଇଁ ଗୌରବ ବୋଲି କହିଛନ୍ତି କମିସନର ଶ୍ରୀ ପ୍ରିୟଦର୍ଶୀ।

ସେହିଭଳି ଗୁଇନ୍ଦା ଆଇଜି ଅମିତାଭ ଠାକୁର ମଧ୍ୟ ଚୁନିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚୁନି ସମ୍ବର୍ଦ୍ଧିତ ହୋଇଛନ୍ତି। ଆଗାମୀ ଦିନରେ ଚୁନିଙ୍କୁ ଦଣ୍ଡ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଭୁବନେଶ୍ବରଠାରେ ପଶ୍ଚିମ ଓଡ଼ିଶାର ଟ୍ରାଫିକ ସେଚ୍ଛାସେବୀମାନେ ୩୩ତମ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗ ନେଇ ସଚେତନତା ସୃଷ୍ଟି କରିବେ। ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe