କମିସନରେଟ୍‌ ପୁଲିସକୁ ମିଳିଲା ଆଉ ୬ ପିସିଆର୍‌

Advertisment
କମିସନରେଟ୍‌ ପୁଲିସକୁ ମିଳିଲା ଆଉ ୬ ପିସିଆର୍‌

ଭୁବନେଶ୍ବର: ଆଜି ନାଲ୍‌କୋ ପକ୍ଷରୁ ୬ଟି ପିସିଆର ଭ୍ୟାନ୍ କମିସନରେଟ ପୁଲିସକୁ ପ୍ରଦାନ କରାଯାଇଛି। ଏହି ଭ୍ୟାନ୍‌ ମଧ୍ୟରୁ ୫ଟି ପୁଲିସ କଣ୍ଟ୍ରୋଲ ରୁମ୍‌ ଅଧୀନରେ ରହି ପାଟ୍ରୋଲିଂ କରିବ। ବାକି ଗୋଟିଏକୁ ନୂଆପଲ୍ଲୀ ଥାନା ପୁଲିସକୁ ଦିଆଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ନାଲ୍‌କୋ ତା’ର ସାମାଜିକ ଦାୟିତ୍ବବୋଧକୁ ନିର୍ବାହ କରିବାକୁ ଯାଇ କମିସନରେଟ୍‌ ପୁଲିସ ପ୍ରତିଷ୍ଠା ହେବା ଦିନଠାରୁ ପିସିଆର ଭ୍ୟାନ ପ୍ରଦାନ କରି ଆସୁଛି। ଭୁବନେଶ୍ବର ଭଳି ସହରାଞ୍ଚଳରେ ଏହି ପିସିଆର୍‌ ଭ୍ୟାନ୍‌ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦୁର୍ଘଟଣାଠାରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା ଓ ଅପରାଧ ନିୟନ୍ତ୍ରଣରେ ଭ୍ୟାନ୍‌ଗୁଡ଼ିକ ବଡ଼ ଦାୟିତ୍ବ ନିର୍ବାହ କରୁଛି। ପ୍ରକାଶଥାଉକି, କିଛି ଦିନ ତଳେ ୫ଟି ବାଇକ୍ ପିସିଆର୍‌ କମିସନରେଟ୍‌ ପୁଲିସରେ ସାମିଲ୍ ହୋଇଛି।

publive-image

ପାର୍ବଣ ପୂର୍ବରୁ ପିସିଆର୍‌ ଭ୍ୟାନ୍‌ ଓ ବାଇକ୍ ପିସିଆର କମିସନରେଟ୍‌ ପୁଲିସକୁ ଆସିବା ପରେ ଟ୍ରାଫିକ୍ ପରିଚାଳନାରେ ଅନେକ ସୁବିଧା ହୋଇପାରିବ ବୋଲି କମିସନର ଆଶାବ୍ୟକ୍ତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଡିସିପି ପ୍ରତୀକ ସିଂହଙ୍କ ସମେତ ନାଲ୍‌କୋର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe