କମିସନରେଟ୍‌ ପୁଲିସର ସ୍ପେସାଲ୍‌ ଡ୍ରାଇଭ

Advertisment
କମିସନରେଟ୍‌ ପୁଲିସର ସ୍ପେସାଲ୍‌ ଡ୍ରାଇଭ

ଭୁବନେଶ୍ବର: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ସ୍ପେସାଲ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ରେ ଏପର୍ଯ୍ୟନ୍ତ ୭ଟି ନିର୍ବାଚନୀ ହିଂସା ମାମଲା ରୁଜୁ କରାଯାଇଛି। ଲକ୍ଷ୍ମୀସାଗର ଥାନାରେ ସର୍ବାଧିକ ୪ଟି ମାମଲା ରୁଜୁ ହୋଇଥିବା ବେଳେ ବଡ଼ଗଡ଼ ଥାନାରେ ଗୋଟିଏ ଏବଂ ନୂଆପଲ୍ଲୀ ଥାନାରେ ଦୁଇଟି ଭିନ୍ନ ମାମଲା ରୁଜୁ କରାଯାଇଛି। ସେହିପରି ୬୧ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି।

୪୧ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିଙ୍କ ବିରୋଧରେ ସିଆର୍‌ପିସି ୧୦୭ ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୭ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସିଆର୍‌ପିସି ୧୧୦ ଦଫା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ କରାଯାଇ ୭୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପାଖାପାଖି ୩୦ ହଜାର ଲିଟର ଦେଶୀ ମଦ, ସାଢ଼େ ୩ଶହ ଲିଟର ବିଦେଶୀ ମଦ ଏବଂ ୭ଶହ ଲିଟର ନକଲି ଦେଶୀ ମଦ ଏବଂ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe