କମିସନରେଟ୍‌ ପୁଲିସର ଅନୁରୋଧ: ନୂଆବର୍ଷ ପାଳନ କରନ୍ତୁ, ହେଲେ ମଦ୍ୟପାନକୁ ନାଁ

ଭୁବନେଶ୍ବରରେ ଶାନ୍ତି ଶୃଙ୍ଖଳାର ସହିତ ନୂଆବର୍ଷ ପାଳନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦେବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡିଛି।

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୁଲିସ ବିଭାଗ ଆଶା କରୁଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଓ ନୂଆବର୍ଷ ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରିଛି। 

ଏହି ଖବର ପଢ଼ନ୍ତୁ: ପାଳଗଦାରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କମିସନରେଟ୍‌ ପୁଲିସ ଅଧୀନ ଅନେକ ଜାଗାରେ ନୂଆବର୍ଷକୁ ଧୁମ୍‌ଧାମରେ ପାଳନ କରାଯିବ। ଶାନ୍ତି ଶୃଙ୍ଖଳାର ସହିତ ନୂଆବର୍ଷ ପାଳନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ। ସେଲିବ୍ରେସନ ବେଳେ କିଭଳି କୌଣସି ବିଶୃଙ୍ଖଳା ନା ହେଉ ସେଥିପ୍ରତି ଦୃଷ୍ଟି ଦିଆଯିବ। ମଦ୍ୟପ ଓ ମଦ୍ୟପଚାଳକଙ୍କ ଉପରେ ବେଶି ଗୁରୁତ୍ବ ଦିଆଯିବ। କାରଣ ବିଗତ ଦିନରେ ଅନେକ ଦୁର୍ଘଟଣା ହେବା ଦେଖାଦେଇଛି। ପୁଲିସ ସମସ୍ତଙ୍କୁ ଅନୁରୋଧ କରିବ ଯେ ନୂଆବର୍ଷ ସେଲିବ୍ରେସନ ବେଳେ ମଦ୍ୟପାନ ନକରି ଗାଡ଼ି ଚଳାନ୍ତୁ। ବିଶୃଙ୍ଖଳିତ ଆଚରଣକାରୀ ବରଦାସ୍ତ କରାଯିବନାହି। ଯିଏ ବି ବିଶୃଙ୍ଖଳିତ ଆଚରଣ କରିବ, ସେ କଠୋର କାର୍ଯ୍ୟାନୁଷ୍ଠାନର ଶିକାର ହେବ। 

ଏହି ଖବର ପଢ଼ନ୍ତୁ: ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫

କମିସନରେଟ୍‌ ପୁଲିସ ଅଧୀନ ଭୁବନେଶ୍ବର ଅଞ୍ଚଳରେ ବିଶୃଙ୍ଖଳାର ସହିତ ନୂଆବର୍ଷ ପାଳନକୁ ବରଦାସ୍ତ କରାଯିବ ନାହିଁ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ  ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।  

-ପିନାକ ମିଶ୍ର, ଡିସିପି, ଭୁବନେଶ୍ବର

ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ସାରା ଭୁବନେଶ୍ୱର ସିସିଟିଭି ସର୍ଭେଲାନ୍ସ ରହିବ। ଅଘଟଣ ନହେବା ଉପରେ ଗୁରୁତ୍ଵ ଦିଆଯିବ। ଯେଉଁମାନେ ସର୍ବସାଧାରଣ ସ୍ଥାନରେ ସେଲିବ୍ରେସନ୍ ପାର୍ଟି କରିବେ ସେମାନେ ଲାଇସେନ୍ସ ନେବାକୁ ବାଧ୍ୟ ହେବେ। କିନ୍ତୁ ପ୍ରାଇଭେଟ୍ ପାର୍ଟି ପାଇଁ ଲାଇସେନ୍ସ, ଆବଶ୍ୟକ ନାହିଁ। ଚୋରା ମଦ କାରବାର ଉପରେ ନଜର ରଖିଛୁ। ଅବକାରୀ ବିଭାଗ ସାଙ୍ଗେ ମିଶି ଚଢ଼ାଉ ହେବ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ  ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। 

ଏହି ଖବର ପଢ଼ନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe