କୋଟିଏ ଠକି କମ୍ପାନି ମାଲିକ ଚମ୍ପଟ

Advertisment

ଠକାମିର ଶିକାର ୧୨ ଇଓଡବ୍ଲୁ ଦୁଆରେ

ଠକାମିର ଶିକାର ୧୨ ଇଓଡବ୍ଲୁ ଦୁଆରେ

କୋଟିଏ ଠକି କମ୍ପାନି ମାଲିକ ଚମ୍ପଟ

Pragativadi

ଭୁବନେଶ୍ବର: ବାଟରେ ଘାଟରେ କିମ୍ବା ଘରେ ହଠାତ୍ ଅଚଳ ହୋଇପଡ଼ିଥିବା ଗାଡ଼ି ମରାମତି କରାଇବାକୁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗାଡ଼ି ଯୋଗାଇ ଦେବା ବ‌ାହାନା‌ରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଏକ ସଂସ୍ଥା ବିରୋଧରେ ୧୨ ଜଣ ଇଓଡବ୍ଲୁର ଦ୍ବାରସ୍ଥ ହୋଇଛନ୍ତି। ପ୍ରତ୍ୟେକଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲେଖାଏଁ ନେବା ପରେ ସଂସ୍ଥାର ରସୁଲଗଡ଼ସ୍ଥିତ କାର୍ଯ୍ୟାଳୟରେ ତାଲା ପକାଇ ମାଲିକ ଚମ୍ପଟ ମାରିଛି। ନୂଆପଡ଼ାର ଆଶିଷ ମୁଣ୍ଡଙ୍କ ଅଭିଯୋଗ ଅନୁସାରେ ରସୁଲଗଡ଼ରେ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍ ନାଁରେ ଏକ ସଂସ୍ଥା ଖୋଲିଥିଲେ ସଚିଦାନନ୍ଦ ଭୋଇ। ଅଧା ରାସ୍ତାରେ ଖରାପ ହୋଇଯାଉଥିବା ଗାଡ଼ିକୁ ମରାମତି କରାଇବାକୁ ନିର୍ମିତ ସ୍ବତନ୍ତ୍ର ଗାଡ଼ି ଯୋଗାଇବାକୁ ସେ ବିଜ୍ଞାପନ ଦେଇଥିଲେ। ଏହି ସ୍ବତନ୍ତ୍ର ଉପକରଣ ସଜ୍ଜିତ ଗାଡ଼ି କିଣିବାକୁ ସଚିଦାନନ୍ଦ ଲୋନ୍‌ କରାଉଥିଲେ।

ତେବେ ଆଶିଷଙ୍କ ଭଳି ଅନ୍ୟମାନେ ସଚିଦାନନ୍ଦଙ୍କୁ ଲୋନ୍‌ କରି ୧୦ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ। ଏହା ଭିତରେ ବର୍ଷେ ବିତିଗଲେ ବି କାହାକୁ ଗାଡ଼ି ମିଳିନଥିଲା। ଧାର୍ଯ୍ୟ ଅନୁସାରେ ଜାନୁଆରି ମାସ ଗଡ଼ିବା ପରେ ସେମାନେ ସଚିଦାନନ୍ଦଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ। ମାତ୍ର ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହେଲାନାହିଁ। ଏହାପରେ ଏପ୍ରିଲ୍‌ ମାସରୁ ରସୁଲଗଡ଼ସ୍ଥିତ କମ୍ପାନି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବା ପରେ ସେମାନେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe