ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା

Advertisment
ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା

ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌ ଫୋରମ୍ ପକ୍ଷରୁ ଆଜି ୟୁନିଟ୍-୯ ସ୍ଥିତ ଫ୍ଲାଟ୍ ସ୍କୁଲ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବସ୍ତିର ବହୁ ମହିଳା ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ମଧ୍ୟରେ ଝୋଟି, ପିଠା, ମେହେନ୍ଦୀ ଓ ମ୍ୟୁଜିକ ଚେୟାର ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ବିଜେତାଙ୍କୁ ଆଗାମୀ ୨୬ ତାରିଖରେ ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଫୋରମ୍‌ର ସମ୍ପାଦିକା ଅନୁରାଧା ଦାଶ ସୂଚନା ଦେଇଛନ୍ତି। ପ୍ରତିଯୋଗିତାର ବିଚାରକ ଭାବେ ଶୋଭୋଦିତା ରାୟ, ଦୀପ୍ତିପ୍ରଭା ରଥ, ପ୍ରତିମା ତ୍ରିପାଠୀ ଓ ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe