ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଆୟୋଜନ

Advertisment
ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଆୟୋଜନ
ଭୁବନେଶ୍ୱର : ଭାରତ ବିକାଶ ପରିଷଦର ଭୁବନେଶ୍ୱର ଉତ୍ତର ଶାଖା ତରଫରୁ ରବିବାର ଜାତୀୟ ସମୂହ ବୃନ୍ଦଗାନ ପ୍ରତିଯୋଗିତା ୟୁନିଟ- ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ୬ଟି ସ୍କୁଲର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ। ଆରମ୍ଭରେ ଶାଖାର ସଭାପତି ନୀଳମଣି କର ପ୍ରତିଯୋଗିତାକୁ ଉଦଘାଟନ କରି  ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟବାଦର୍ ଉଦ୍ରେକ ହେବା ସହ ସମଗ୍ର ଦେଶର ନୈତିକ ଅବକ୍ଷୟର ଉନ୍ନତି ହେବ ବୋଲି ଉଲ୍ଲେଖ କରିଥିଲେ ।
ଭାରତୀୟ ପ୍ରଶାସନିକ ସେବାର ପ୍ରାକ୍ତନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଯୋଗ ଦେଇ ବୃନ୍ଦଗାନ ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ନୈତିକ ମୂଲ୍ୟବୋଧ ଓ ଭୌତିକ ବିକାଶ ବିକାଶ ରଖିବ ବୋଲି ମନ୍ତବ୍ୟ ରଖିଥିବା ବେଳେ ପ୍ରତିଯୋଗୀ ଓ ଆୟୋଜକ ଭାରତ ବିକାଶ ପରିଷଦ ଉତ୍ତର ଶାଖାକୁ ଧନ୍ୟବାଦ ଜଣାଇଥିଲେ । ଅନୁଷ୍ଠାନର ପୂର୍ବତନ ସଭାପତି ଅଜୟ କୁମାର ଦାସ ଓ ସାଧାରଣ ସଚିବ  ଡ.ତ୍ରିନାଥ ହୋତା  ଅତିଥି ପରିଚୟ ପ୍ରଦାନ କରି ଏହି ପ୍ରତି ଯୋଗିତା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ପରେ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ସଂଗଠକ ସଚିବ ପ୍ରସନ୍ନ କୁମାର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶାଖାର ସମସ୍ତ ସଭ୍ୟମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe