ଶତାକ୍ଷୀ ମହିଳା ସଂଗଠନରେ ବିଭିନ୍ନ ପ୍ରତିଯୋଗିତା

Advertisment
ଶତାକ୍ଷୀ ମହିଳା ସଂଗଠନରେ ବିଭିନ୍ନ ପ୍ରତିଯୋଗିତା

ଖଣ୍ଡଗିରି : କଳିଙ୍ଗନଗର କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେ-୪ ଅଞ୍ଚଳରୁ ପ୍ରାୟ ୪୦ରୁ ଊର୍ଧ୍ୱ ମହିଳା ଯୋଗଦେଇ ଝୋଟି, ଶଙ୍ଖଫୁଙ୍କା, ହୁଳହୁଳି ଓ ଏକକ ଅଭିନୟ ଆଦି ପ୍ରତିିଯୋଗିତାରେ ଭାଗ ନେଇଥିଲେ। ସଂଗଠନର ସାଭାପତି ସବିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଓଡ଼ିଶୀ ନୃତ୍ୟ ବିଶାରଦ ସଂଦୀପ୍ତା ପହୀ ଏବଂ କଳା ଶିକ୍ଷକ ସ୍ୱାଗତିକା ପଟ୍ଟନାୟକ ଯୋଗ ଦେଇଥିଲେ। ସଂଗଠନର ସଂପାଦିକା ମମତା ବିଶ୍ୱାଳ କ୍ରୀଡ଼ା ପରିଚାଳନା କରିଥିଲେ। ସ୍ନିଗ୍ଧା ମିଶ୍ର ଓ ଜୟତ୍ରୀ ପାତ୍ର ସହଯୋଗ କରିଥିବା ବେଳେ ମଧୁସ୍ମିତା ପାତ୍ର ସଂଯୋଜନା କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ସଂଗଠନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀମତୀ ପୃଷ୍ଟି ଘୋଷଣା କରିିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe