ଚିକିତ୍ସାରେ ବିଳମ୍ବ ଯୋଗୁଁ ଚାଲିଗଲା ଜୀବନ, ଅଭିଯୋଗକୁ ହସ୍ପିଟାଲ କର୍ତୃପକ୍ଷଙ୍କ ଖଣ୍ଡନ

Advertisment

ଏମର୍ଜେନ୍ସି ୱାର୍ଡରେ ପୂରାଇ ଦେଲେନି

ଏମର୍ଜେନ୍ସି ୱାର୍ଡରେ ପୂରାଇ ଦେଲେନି

ବିଷାକ୍ତ ମଦ ପିଇ ଯୁବକଙ୍କ ମୃତ୍ୟୁ!

image source--East ldho news

ଚନ୍ଦ୍ରଶେଖରପୁର: ମେଡିକାଲ କର୍ତୃପକ୍ଷ ଓ ଡାକ୍ତରଙ୍କ ଖାମଖିଆଲି ଯୋଗୁଁ ଜଣେ ରୋଗୀଙ୍କ ଜୀବନ ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଛି। ସଠିକ୍‌ ସମୟରେ ଚିକିତ୍ସା କରାଯାଇ ନ ଥିବାରୁ ରୋଗୀଜଣଙ୍କ ପ୍ରାୟ ୩୦ ମିନିଟ୍‌ ଧରି ପଡ଼ି ରହିଲେ। ଡାକ୍ତର ଆସିଲେ ନାହିଁ। ପରିଣାମସ୍ବରୂପ ଗତ ରାତିରେ କେୟାର ହସ୍ପିଟାଲରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ତାଳଚେର ହାଟତୋଟାସ୍ଥିତ ଶ୍ରୀବିହାରର ଲିଙ୍ଗରାଜ ତ୍ରିପାଠୀଙ୍କୁ ଗତକାଲି ହୃଦ୍‌ଘାତ ହୋଇଥିଲା। ତାଙ୍କୁ ପ୍ରଥମେ କଟକସ୍ଥିତି ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ମାସର ୪ର୍ଥ ଶନିବାର ଥିବାରୁ ସେଠାରେ ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ ନ ଥିଲା। ତେଣୁ ନିକଟରେ ଥିବା ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ବି ସୁବିଧା ନ ଥିବାରୁ ଅନ୍ୟ ମେଡିକାଲକୁ ନେବା ପାଇଁ ଡାକ୍ତରମାନେ ପରାମର୍ଶ କହିଥିଲେ। ତେଣୁ ପରିବାରଲୋକ ଫୋନ୍‌ ଯୋଗେ କେୟାର ହସ୍ପିଟାଲର ଏମର୍ଜେନ୍ସି ବିଭାଗରେ ପ୍ରି-ବୁକ୍‌ କରାଇଥିଲେ। କଟକରୁ ଏକ ଆମ୍ବୁଲାନ୍ସ କରି ରୋଗୀଙ୍କୁ କେୟାର ହସ୍ପିଟାଲକୁ ଅଣାଯାଇଥିଲା। ରାତି ପାଖାପାଖି ୧୦ଟା ବେଳେ ଏଠାରେ ପହଞ୍ଚିଲେ ମଧ୍ୟ ସେଠାରେ ସଙ୍ଗେ ସଙ୍ଗେ ଚିକିତ୍ସା ସୁବିଧା ମିଳି ନଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ ହସ୍ପିଟାଲ ଭିତ‌ରେ ଥିବା ଏମର୍ଜେନ୍ସି ୱାର୍ଡକୁ ନେବା ପାଇଁ ସୁରକ୍ଷା କର୍ମୀଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଉପରିସ୍ଥ ଅଧିକାରୀଙ୍କ ଅନୁମତି ନ ମିଳିଲେ ଆମେ ଛାଡ଼ିପାରିବୁ ନାହିଁ ବୋଲି କହିଥିଲେ। ଏଣେତେଣେ ଦୌଡ଼ିବା ପରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କୁ ଏମର୍ଜେନ୍ସି ୱାର୍ଡକୁ ନିଆଯାଇଥିଲା। ସେତେବେଳକୁ ପ୍ରାୟ ୨୦ ମିନିଟ୍‌ ବିଳମ୍ବ ହୋଇଥିଲା। ଏମର୍ଜେନ୍ସି ୱାର୍ଡର ୮ନମ୍ବର ବେଡ୍‌ରେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ରୋଗୀଙ୍କୁ ଦେଖିବା ବଦଳରେ ତାଙ୍କର ଭାଇଟାଲ୍‌ ଚେକ୍‌ କରିବାକୁ ନର୍ସଙ୍କୁ କହିଥିଲେ। ରୋଗୀଙ୍କ ନିକଟକୁ ଯାଇ ନ ଥିଲେ। ଏମିତି ଭାବେ ମେଡିକାଲ ଭିତରେ ୧୦ ମିନିଟ୍‌ ବିଳମ୍ବ ହୋଇଯାଇଥିଲା ଏବଂ ରୋଗୀଙ୍କ ଜୀବନ ଚାଲି ଯାଇଥିଲା।

ସମ୍ପର୍କୀୟଜଣକ କହିଛନ୍ତି ଯେ ଅବହେଳା ନେଇ କୌଣସି ଅଭିଯୋଗ କରିବେ ନାହିଁ କି ମେଡିକାଲ ବିରୋଧରେ ଲ‌ଢ଼ିବେନି। ବରଂ ଆଗକୁ ଯେପରି ଅନ୍ୟ ରୋଗୀମାନଙ୍କ କ୍ଷେତ୍ରରେ ଏଭଳି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏମର୍ଜେନ୍ସି ରୋଗୀଙ୍କୁ କିଭଳି ଭାବେ ସୁବିଧା ଯୋଗାଯିବ, ସେନେଇ ମେଡିକାଲ କର୍ତୃପକ୍ଷଙ୍କ ପକ୍ଷରୁ ଡାକ୍ତରଙ୍କୁ ତାଲିମ ଦିଆଯାଉ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏନେଇ କେୟାର ହସ୍ପିଟାଲଙ୍କ ମତାମତ ଲୋଡ଼ା ଯିବାରୁ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେଭଳି କୌଣସି ଅବହେଳା ପ୍ରଦର୍ଶନ କରାଯାଇ ନ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe