ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହେତୁବାଦୀଙ୍କ ନାଁରେ ଏତଲା ଦେଲେ ମହିଳା ସମାଜସେବୀ

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହରେ ସ୍ବାମୀ ଅଟକ

Commissionerate Police

ଭୁବନେଶ୍ବର: ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହେତୁବାଦୀଙ୍କ ନାଁରେ ଏତଲା ଦେଇଛନ୍ତି ଜଣେ ମହିଳା ସମାଜସେବୀ। ହେତୁବାଦୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି ଜଗନ୍ନାଥ ଓ ହିନ୍ଦୁ ଧର୍ମକୁ ନେଇ ଅନେକ ଖରାପ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଗତ ଦୀପାବଳି ଅମାବାସ୍ୟା ତିଥିରେ ପଡ଼ିଥିବା ସୂର୍ଯ୍ୟୋପରାଗଠାରୁ ହେତୁବାଦୀଙ୍କ ଉପରେ ରହିଥିବା ପରମ୍ପରାବାଦୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିଲା। ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଭଳି ଦିନରେ ବିରିୟାନି ଖାଇ ପରମ୍ପରାକୁ ଆହ୍ବାନ ଦେଉଛନ୍ତି ବୋଲି ଅଭିଯୋଗ କରି ଗତକାଲି ପରମ୍ପରାବାଦୀମାନେ ହେତୁବାଦୀମାନଙ୍କୁ ଘେରିଥିଲେ। ଭୁବନେଶ୍ବର ଲୋହିଆ ଏକାଡେମିଠାରେ ହେତୁବାଦୀମାନଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ପରମ୍ପରାବାଦୀମାନେ ହୋ-ହଲ୍ଲା କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପୂର୍ବରୁ ଗଣ୍ଡଗୋଳ ଆଶଙ୍କା କରି ସେଠାରେ ପୁଲିସ ମୁତୟନ ହୋଇଥିଲେ ବି ଉଭୟ ପକ୍ଷ ମୁହାଁମୁହିଁ ହୋଇଯାଇଥିଲେ।

publive-image

ସୂଚନାଯୋଗ୍ୟ ଯେ ‘ଜୟ ବିଜ୍ଞାନ ଅଭିଯାନ’ ପକ୍ଷରୁ ଆଜି ଲୋହିଆ ଏକାଡେମିଠାରେ ‘ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା’ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେଠାରେ ବିରିୟାନି ପାର୍ଟି ଆୟୋଜନ କରାଯାଇଥିଲା। ହେତୁବାଦୀମାନେ ଏହି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ପୂର୍ବରୁ ପ୍ରଚାର ହୋଇଥିଲା। ସୂର୍ଯ୍ୟୋପରାଗ ଦିନ ହେତୁବାଦୀମାନେ କରିଥିବା ବିରିୟାନି ପାର୍ଟିକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ହେତୁବାଦୀ ସମର୍ଥକ ଓ ପରମ୍ପରାବାଦୀ ସମର୍ଥକଙ୍କ ମଧ୍ୟରେ ତର୍କ ଲାଗି ରହିଥିଲା। ଏମିତିକି ହେତୁବାଦୀମାନଙ୍କୁ ବିଭିନ୍ନ ପ୍ରକାର ଧମକଚମକ ମିଳିଥିଲା। ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe