ରାଜଧାନୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା

Advertisment

ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ଥିତିରେ ପହଞ୍ଚିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଭୁବନେଶ୍ବରର ପ୍ରଦୂଷଣ ୧୦ଗୁଣା।

ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ଥିତିରେ ପହଞ୍ଚିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଭୁବନେଶ୍ବରର ପ୍ରଦୂଷଣ ୧୦ଗୁଣା।

ghjghjghj

ଭୁବନେଶ୍ବର: ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ଥିତିରେ ପହଞ୍ଚିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଭୁବନେଶ୍ବରର ପ୍ରଦୂଷଣ ୧୦ଗୁଣା। ପ୍ରତ୍ୟେକ ଦିନ କୋଠା ନିର୍ମାଣ ଓ ବଡ଼ ବଡ଼ ଗାଡ଼ି ବୋହୁଥିବା ବାଲିରୁ ଉଡୁଥିବା ଧୂଳି, ଖୋଲାରେ ଜଳୁଥିବା ବର୍ଜ୍ୟର ଧୂଆଁ, ଇନ୍ଧନରେ ଅପମିଶ୍ରଣ ଯୋଗୁ ଧୂଆଁ, ବହୁସଂଖ୍ୟାରେ ଯାତାୟାତ କରୁଥିବା ଗାଡ଼ିର ଧୂଆଁ, ଏଭଳି ମନୁଷ୍ୟକୃତ ପ୍ରଦୂଷଣ ପାଇଁ ଭୁବନେଶ୍ବରର ସ୍ଥିତି ସଙ୍ଗିନ ହୋଇଛି। ଏବେ ଠୁଁ ସଚେତନ ସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଆହୁରି ସ୍ଥିତି ଗମ୍ଭୀର ହେବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ତନାଘନା ହେବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବର୍ଜ୍ୟବସ୍ତୁ ଏଣେ ତେଣେ ପକାଇଲେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ଏଥର କଡ଼ାକଡ଼ି ହେବ। ରାସ୍ତା ସାରା ଧୂଳି ଜମି ରହୁଥିବାରୁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଯାନ୍ତ୍ରିକ ସଫେଇ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ତା’ ସହିତ ‘ସ୍କ୍ରାପିଂ ପଲିସି’ କଡ଼ାକଡ଼ି କରିବାକୁ ଉଭୟ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ହୁ’ ନିର୍ଦ୍ଦେଶାବଳୀରୁ ୧୦ ଗୁଣା ପ୍ରଦୂଷିତ ଭୁବନେଶ୍ବର
ନନ୍ଦନକାନନ ଯାଏ ବଢ଼ିବ ଯାନ୍ତ୍ରିକ ସଫେଇ
ନିର୍ମାଣବର୍ଜ୍ୟକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ

ହୁ ଜାରି କରିଥିବା ନିର୍ଦ୍ଦେଶାବଳୀ ମୁତାବକ, ବାୟୁ ପ୍ରଦୂଷଣର ମାତ୍ରା ପିଏମ୍‌(ପର୍ଟିକୁଲେଟ୍‌ ମ୍ୟାଟର) ୨.୫ ରହିବା କଥା। ଏହା ସର୍ବାଧିକ ୫.୦ ପର୍ଯ୍ୟନ୍ତ ଶ୍ବାସକ୍ରିୟା ପାଇଁ ଗ୍ରହଣଯୋଗ୍ୟ। କିନ୍ତୁ ଭୁବନେଶ୍ବରରେ ଏହା ୧୦ ଗୁଣ ବା ୨୫.୦ ରହିଛି। ଯାହା ମନୁଷ୍ୟ ଶ୍ବାସକ୍ରିୟା ପାଇଁ ହାନୀକାରକ। ଯଦିଓ ଏହି ପିଏମ୍‌ର ମାତ୍ରା ପ୍ରତ୍ୟେକ ଦିନ ବଦଳୁଛି ତଥାପି ହାରାହାରି ଏହା ବିପଜ୍ଜନକ ରହୁଛି। ଏଣୁ ଏହା ଶ୍ବାସକ୍ରୀୟା ଜନିତ ରୋଗର ଆଶଙ୍କା ବଢ଼ାଇବା ସହ ଭୁବନେଶ୍ବରବାସୀଙ୍କ ଜୀବନ ପ୍ରତି ବିପଦ ହୋଇଛି। ବିଶେଷକରି ପୁରୁଣା ଭୁବନେଶ୍ବର, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ରଘୁନାଥପୁର ଓ ପଟିଆ ଅଞ୍ଚଳକୁ ସର୍ବାଧିକ ଧୂଳି ଜନିତ ପ୍ରଦୂଷଣ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳ ସମେତ ସମଗ୍ର ଭୁବନେଶ୍ବର ବାୟୁର ଗୁଣବତ୍ତା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡ଼ା ନଜର ରଖିଛି। ବାୟୂର ଏଭଳି ରୂପକୁ ନେଇ ବିଏମ୍‌ସିରେ ବସିଥିବା ଜିଲ୍ଲାସ୍ତରୀୟ ତଦାରଖ କମିଟି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇବା ସହ ଏହାକୁ କିଭଳି କମା ଯାଇ ପାରିବ ସେ ନେଇ ମାନସ ମନ୍ଥନ ହୋଇଛି। କମିଟି ଅଧ୍ୟକ୍ଷ ତଥା ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ ଲାଇନ୍‌ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନି‌ର୍ଦ୍ଦେଶ ଦେଇଛନ୍ତି। 

ଏବେ ବିଏମ୍‌ସି କେବଳ ଜାତୀୟରାଜପଥରେ ଯାନ୍ତ୍ରିକ ସଫେଇ କରୁଛି। କିନ୍ତୁ ଜୟଦେବବିହାର-ନନ୍ଦନକାନନ ପ୍ରବଳ ଭିଡ଼ ହେବା ସହ ଧୂଳି ଉଡ଼ୁଛି। ଏଣୁ ଏହି ରାସ୍ତାରେ ଯାନ୍ତ୍ରିକ ସଫେଇ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏହି ରାସ୍ତାରେ ଭାରୀଯାନ କଟକଣାକୁ କଡ଼ାକଡ଼ି କରିବାକୁ ଆରଟିଓ-୨ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତା’ ଛଡ଼ା ଅନେକ ଗାଡ଼ି ୧୫ ବର୍ଷ ପରେ ମଧ୍ୟ ଚାଲୁଥିବାରୁ ଭୁବନେଶ୍ବର ବାୟୁ ପ୍ରଦୂଶିତ ହେଉଛି। ଏଣୁ ‘ସ୍କ୍ରାପିଂ ପଲିସି’କୁ କଡ଼ାକଡ଼ି କରିବାକୁ ଉଭୟ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସମୟରେ ଅସାଧୁ ବ୍ୟବସାୟୀ ଇନ୍ଧନ ଅପମିଶ୍ରଣ କରୁଥିବାରୁ ଆରଟିଓମାନେ ଇନ୍ଧନ ଯାଞ୍ଚ କଡ଼ାକଡ଼ି କରିବେ। ସହର ଭିତରକୁ ନିଷେଦ୍ଧ ଅବଧିରେ ଯେଭଳି କୌଣସି ଭାରିଯାନ ଆସିବେ ନାହିଁ ତାହା ନିଶ୍ଚିତ କରିବେ। ଅଧିକରୁ ଅଧିକ ଇ-ଯାନ ବ୍ୟବହାର ଓ ସୋଲାର ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବର୍ଜନା ଜାଳିଲେ ଏଥର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ। ମୋଟା ଅଙ୍କର ଜରିମାନା ଆଦାୟ ସହ ବର୍ଜ୍ୟ ଜାଳୁଥିବା ଲୋକ ନାଁରେ ଥାନାରେ ଏତଲା ଦିଆଯିବ। ବଡ଼ବଡ଼ କୋଠା ନିର୍ମାଣ ସମୟରେ ଧୂଳି ଉଡ଼ି ପ୍ରଦୂଷଣ ବଢ଼ାଉଛି। ଏବେ ଭୁବନେଶ୍ବର ଓ ଉପକଣ୍ଠରେ ନିର୍ମାଣ ଜୋରସୋର୍‌ରେ ଚାଲିଛି। ଏଣୁ ଏହି ସବୁ ନିର୍ମାଣକାରୀ ସଂସ୍ଥା ବା ବ୍ୟକ୍ତିଙ୍କୁ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟରେ ପାଣି ଛିଞ୍ଚିବା ପାଇଁ ‘ସ୍ପ୍ରିଙ୍କ୍‌ଲର୍‌’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯିବ। ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବା ବିଏମ୍‌ସି କମିସନର ଶ୍ରୀ ପାଟିଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe