ଭୁବନେଶ୍ବର: ନରଣପୁର ସ୍ଥିତ କେଏମ୍ବିବି ମହାବିଦ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ କାମାକ୍ଷା ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆବଶ୍ୟକତା ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ପ୍ରଫେସର ଗିରିଶ ଗୁପ୍ତା ଛାତ୍ର ଜୀବନରେ ‘ଯୋଗ’ର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ସମ୍ମାନିତ ଅତିଥିଭାବେ ଯୋଗଦେଇ ବୈଜ୍ଞାନିକ ଧନଦାକାନ୍ତ ମିଶ୍ର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ପ୍ରେରଣା ଦେଇ, କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାପଦଣ୍ଡ ବୋଲି କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ବିଜୁନି ଚରଣ ସୂତାର ଅତିଥି ପରିଚୟ ଦେଇଥିବାବେଳେ ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ଅଧ୍ୟାପିକା ମୋନାଲିସା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କେଏମ୍ବିବିରେ ଆଲୋଚନାଚକ୍ର
Advertisment
Follow Us