କଳିଙ୍ଗ ଜୈନ ଅଦ୍ୱୈତ ବୌଦ୍ଧ ମହାସଂଘ କେନ୍ଦ୍ରରେ ଆଲୋଚନାଚକ୍ର

Advertisment
କଳିଙ୍ଗ ଜୈନ ଅଦ୍ୱୈତ ବୌଦ୍ଧ ମହାସଂଘ କେନ୍ଦ୍ରରେ ଆଲୋଚନାଚକ୍ର

ଭୁବନେଶ୍ବର: ନୂଆପଲ୍ଲୀ ଭିଆଇପି ଅଞ୍ଚଳ ଏନ-୩, ବି-୬ସ୍ଥିତ ଧ୍ୟାନକେନ୍ଦ୍ରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଛାତ୍ରମାନଙ୍କୁ ବୁଦ୍ଧଙ୍କ ଜୀବନୀ ଓ ଆଦର୍ଶ ତଥା ଜୈନ ଧ୍ୟାନ, ଏକାଗ୍ରତାର ବିଭିନ୍ନ ଦିଗ ସମ୍ପର୍କରେ ଅନୁଷ୍ଠାନର ସଭାପତି ଡ. ବରୀଶ ପାଣିଗ୍ରାହୀ ଓ ଉପସଭାପତି ପ୍ରାବନ୍ଧିକ ଶଶିଭୂଷଣ ରଥ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ବିକ୍ଷିପ୍ତ ମନକୁ ନିୟନ୍ତ୍ରଣ କରିବାର ଉପାୟ ମଧ୍ୟ ଶିଖା ଯାଇଥିଲା। ଏଥିସହିତ ପ୍ରତ୍ୟେକ ଛାତ୍ରଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା। ଗବେଷକ ଦେବୀ ପ୍ରସାଦ ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଅଧ୍ୟାପକ ସମ୍ବିତ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe