ବିରଳ ପୋଷା ଏଣ୍ଡୁଅକୁ ନେଇ ଛକାପଞ୍ଝା

Advertisment
ବିରଳ ପୋଷା ଏଣ୍ଡୁଅକୁ ନେଇ ଛକାପଞ୍ଝା

ଚନ୍ଦ୍ରଶେଖରପୁର: ଆଜି ମଧ୍ୟାହ୍ନରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ଧରିଥିବା ଏକ ବିରଳ ଏଣ୍ଡୁଅ ନେଇ ବେଶ୍ କିଛି ସମୟ ଛକାପଞ୍ଝା ଲାଗି ରହିଥିଲା। ଇଗୁନିଆ ପ୍ରଜାତିର ଏହି ଏଣ୍ଡୁଅକୁ ପୋଷା ରଖିବା ନିୟମ ଥିଲେ ବି ପ୍ରଥମରୁ ଜଣାନପଡ଼ିବାରୁ ପୁଲିସ ଓ ବନ କର୍ମଚାରୀମାନେ ସମସ୍ୟାରେ ପଡ଼ିଥିଲେ। ତେବେ ପ୍ରକୃତ କଥା ଜଣାପଡ଼ିବା ପରେ ଯୁବକ ଜଣକ ଉକ୍ତ ଏଣ୍ଡୁଅକୁ ନେଇ ଘରକୁ ଫେରିଥିଲେ।

ସୂଚନାନୁସାରେ ଯୁବକଜଣକ ଏଣ୍ଡୁଅକୁ ଧରି ରାସ୍ତା କଡ଼ ଦୋକାନରୁ ପରିବା କିଣୁଥିଲେ। ସ୍ଥାନୀୟ କିଛି ଲୋକ ଏଣ୍ଡୁଅ ଚାଲାଣ ସନ୍ଦେହ କରି ପିସିଆରକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କିଛି ବୁଝାବୁଝି ନକରି ଏଣ୍ଡୁଅ ଧରିଥିବା ଯୁବକକୁ ମୈତ୍ରୀବିହାର ଥାନାକୁ ନେଇଯାଇଥିଲେ। ଆଇଆଇସିଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ଥାନାରେ ପହଞ୍ଚିଥିଲେ। ପ୍ରଥମେ ବନ କର୍ମଚାରୀମାନେ ବି ସନ୍ଦେହରେ ପଡ଼ିଥିଲେ। ଯୁବକ ଜଣକ ସେମାନଙ୍କୁ ବୁଝାଇବା ପରେ ସେମାନେ ଏଣ୍ଡୁଅଟି ଇଗୁନିଆ ପ୍ରଜାତିର ଏବଂ ଏହାକୁ ସାଧାରଣ ଲୋକେ ନିଜ ଘରେ ରଖିପାରିବେ କହିଥିଲେ। ଏହା ପରେ ପୁଲିସ ଯୁବକଙ୍କୁ ଛାଡ଼ି ଦେଇଥିଲା। ସୂଚନାଯୋଗ୍ୟ ଯେ ଯୁବକ ଜଣଙ୍କ ଏଣ୍ଡୁଅ ପାଇଁ କିଛି ସ୍ବତନ୍ତ୍ର ପନିପରିବା କିଣୁଥିବା ବେଳେ ଏଭଳି ସନ୍ଦେହ ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe