ସ୍ବରାଜ ଟ୍ରାକ୍ଟର ପକ୍ଷରୁ ୫୦ ଚାଷୀଙ୍କୁ ସମ୍ବର୍ଦ୍ଧନା

Advertisment

୧୧ ଚାଷୀଙ୍କୁ ଟ୍ରାକ୍ଟର, କୃଷି ଯନ୍ତ୍ରାଂଶ ହସ୍ତାନ୍ତର

୧୧ ଚାଷୀଙ୍କୁ ଟ୍ରାକ୍ଟର, କୃଷି ଯନ୍ତ୍ରାଂଶ ହସ୍ତାନ୍ତର

ସ୍ବରାଜ ଟ୍ରାକ୍ଟର ପକ୍ଷରୁ ୫୦ ଚାଷୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ସ୍ବରାଜ ଟ୍ରାକ୍ଟର ପକ୍ଷରୁ ହାଇଟେକ୍ ହସ୍ପିଟାଲ୍ ଛକ ନିକଟସ୍ଥ ସ୍ବୀକୃତିପ୍ରାପ୍ତ ଡିଲର୍‌ସିପ୍‌ ‘ଓଡ଼ିଶା ମୋଟର୍ସ ଆଣ୍ଡ୍‌ ଟ୍ରାକ୍ଟର’ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୫୦ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ଗସ୍ତରେ ଆସିଥିବା କଂପାନିର ସିଇଓ ହରିଶ ଚଭନ ସେମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ସେ ୧୧ ଜଣ ଚାଷୀଙ୍କୁ ଟ୍ରାକ୍ଟର ଓ କୃଷି ଯନ୍ତ୍ରାଂଶ ହସ୍ତାନ୍ତର କରିଛନ୍ତି। କୃଷି କାର୍ଯ୍ୟରେ ଯନ୍ତ୍ରାଂଶ ଓ ପ୍ରଯୁକ୍ତିର ବ୍ୟବହାର ବଢ଼ାଇ ଅମଳରେ ବୃଦ୍ଧି ଆଣିବା ସପକ୍ଷରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାର ଚାଷୀମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରାଂଶ ଉପରେ ପ୍ରଦାନ କରୁଥିବା ସବ୍‌ସିଡି ଓ ପ୍ରୋତ୍ସାହନ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି। କୃଷିକୁ ଶିଳ୍ପର ମାନ୍ୟତା ଦେବା ଲାଗି ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ କଂପାନିର ଜାତୀୟ ବିକ୍ରି ମୁଖ୍ୟ ଆଲୋକ ଗୁପ୍ତା, ଓଡ଼ିଶା ବିକ୍ରି ମୁଖ୍ୟ ବିଶ୍ବଜିତ ପରମାଣିକ, ସେଲ୍‌ସ ଟେରିଟୋରି ମ୍ୟାନେଜର ରବି ଶଙ୍କର, ଓଡ଼ିଶାର ସର୍ଭିସ୍‌ ମୁଖ୍ୟ ପ୍ରଦୀପ୍ତ ଘୋଷ ଓ ଓଡ଼ିଶା ମୋଟର୍ସ ଆଣ୍ଡ ଟ୍ରାକ୍ଟର୍‌ର ଡିଲର୍‌ ପ୍ରିନ୍ସିପାଲ୍‌ ମନୀନ୍ଦ୍ର କୁମାର ସାମଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe