ପୁରୁଣା ଭୁବନେଶ୍ବର: ଏଭରେଷ୍ଟ ଆରୋହଣ କରି ଜାତୀୟ ପତାକା, ଓଡ଼ିଆ ପୁଅ ଲିଖିତ ପତାକା ଓ ଜଗନ୍ନାଥଙ୍କ ବାନା ଉଡ଼ାଇଥିବା ସିଦ୍ଧାର୍ଥ ରାଉତରାୟ ଆଜି ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶୁଭେଚ୍ଛୁମାନେ ସିଦ୍ଧାର୍ଥଙ୍କୁ ପାଇକ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ୍ ଦେଇ ମାଉସୀ ମା’ ମନ୍ଦିର ନିକଟକୁ ନେଇଥିଲେ। ସେଠାରେ ସିଦ୍ଧାର୍ଥଙ୍କ ବାପା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭାଇ ମନ୍ମଥ ରାଉତରାୟ, ବିଏମ୍ସି ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରକାଶ ଶ୍ରୀଚନ୍ଦନ, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଶ୍ରୀବତ୍ସ ପତି, କପିଳ ପଣ୍ଡା, ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, ସାମ୍ବାଦିକ ସନତ ମିଶ୍ରଙ୍କ ସମେତ ବିଭନ୍ନ ଅଞ୍ଚଳରୁ ଲୋକ ଆସି ସମ୍ବର୍ଦ୍ଧିତ କରିଥିଲେ।
Follow Us