ମେଘାଲି ମାଳବିକାଙ୍କୁ ଶୁଭେଚ୍ଛାର ସୁଅ

Advertisment
ମେଘାଲି ମାଳବିକାଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର : ୧୪ ବର୍ଷ ବୟସରେ ପିଲାମାନେ ସାଧାରଣତଃ ସେମାନଙ୍କ ପରବର୍ତୀ ପରୀକ୍ଷା କିମ୍ବା କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିଥାନ୍ତି। ତେବେ ଏଇ ବୟସରେ ଭୁବନେଶ୍ୱରର ମେଘାଲି ମାଳବିକା ବିଶ୍ୱର ୧୯୭ଟି ଭିନ୍ନ ଭିନ୍ନ ଦେଶ ବିଷୟରେ ତାଙ୍କର ବିସ୍ମୟକର ଜ୍ଞାନ ପ୍ରକାଶ କରି ରାଜ୍ୟର ବଡ଼ ତାରକାଙ୍କୁ ଚକିତ କରିଦେଇଛନ୍ତି। ହୁ୍ୟମାନ ଆଟଲାସ୍‌ ଭାବେ ପରିଚିତ ମେଘାଲି ନୂଆ କାର୍ଯ୍ୟକ୍ରମ ‘ୟଙ୍ଗ୍ ଜିନିୟସ୍’ରେ ମଧ୍ୟ ନଜର ଆସିଛନ୍ତି। ଯେଉଁଠାରେ କୁନି ପ୍ରତିଭାଙ୍କୁ ସେମାନଙ୍କର ବିସ୍ମୟକର ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଥାଏ।

ଭବିଷ୍ୟତରେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା ମେଘାଳି କହିଛନ୍ତି; କୌଣସି ଜିନିଷରେ ଆଗ୍ରହ ଓ ଅହରହ ଅଭ୍ୟାସ ପାଇଁ ମୁଁ ଆଜି ଏତେ ସବୁ ଭୌଗଳିକ ତଥ୍ୟ ବିଷୟରେ ଜ୍ଞାନ ହାସଲ କରିପାରିଛି। ଏଇଟା ବି ସତ ଯେ ବିଜ୍ଞାନ ଓ ଅନ୍ୟ ବିଷୟ ବ୍ୟତୀତ ଭୂଗୋଳ ମୋର ଅତି ପ୍ରିୟ ବିଷୟ। ତେଣୁ ଯେତେବେଳେ ମୋତେ ଗୁଗୁଲ ଗାର୍ଲ ରୂପେ ଲୋକେ ସମ୍ବର୍ଦ୍ଧିତ କରନ୍ତି; ମୁଁ ଆହୁରି ଆଗକୁ ଯିବା ପାଇଁ ଅନୁପ୍ରାଣିତ ହୋଇଥାଏ। ବାପା, ମା’ ହେଉଛନ୍ତି ମୋର ବଡ଼ ପ୍ରେରଣା। ୪ ବର୍ଷ ବୟସରୁ ହିଁ ମୋ ବାପା ମୋତେ ବିଭିନ୍ନ ଦେଶ, ମହାଦେଶ, ମୁଦ୍ରା ଓ ଭୌଗଳିକ ସ୍ଥିତି ସମ୍ପର୍କରେ ମନେ ରଖିବାକୁ ଉତ୍ସାହିତ କରି ଆସୁଛନ୍ତି। ‘ୟଙ୍ଗ ଜିନିୟସ’ ପରି ଏତେ ବଡ଼ ସୋ’ ନିମନ୍ତେ ଚୟନ ହୋଇଥିବାରୁ ମୁଁ ବହୁତ ଉତ୍ସାହିତ। ମୋ ଅଭିଭାବକଙ୍କ ସହିତ ମୋର ନିଜସ୍ବ ଇଚ୍ଛା ଶକ୍ତି ପାଇଁ ଏହି ସ୍ଥାନରେ ପହଞ୍ଚି ପାରିଛି।

ମେଘାଲିଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, ଅନୁ ଚୌଧୁରୀ, ଭୂମିକା ଦାଶ, ଦେବଦତ୍ତ, କ୍ରୀଡ଼ାବିତ୍ ଅଂଶିକା ରାଉତରାଏ ଓ ଆନ୍ତର୍ଜାତୀୟ ଚେସ୍ ଖେଳାଳି ପଦ୍ମିନୀ ରାଉତ ମଧ୍ୟ ପ୍ରଶଂସା କରିଛନ୍ତି। ‘ୟଙ୍ଗ ଜିନିୟସ’ କାର୍ଯ୍ୟକ୍ରମରେ ମେଘାଲିଙ୍କ ଏହି ପ୍ରେରଣାଦାୟୀ କାହାଣୀକୁ ଦର୍ଶକମାନେ ନ୍ୟୁଜ୍‌-୧୮ ଇଣ୍ଡିଆରେ ଜାନୁଆରି ୧୬ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe