ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

Advertisment

‘ଓଡ଼ିଶାର ଗରିମା ଜାତୀୟସ୍ତରରେ ଉଚ୍ଚ କରନ୍ତୁ’

‘ଓଡ଼ିଶାର ଗରିମା ଜାତୀୟସ୍ତରରେ ଉଚ୍ଚ କରନ୍ତୁ’

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରଖ୍ୟାତ ସିନେ ଗବେଷକ ଓ ଲେଖକ ସୂର୍ଯ୍ୟ ଦେଓଙ୍କୁ ଆଜି ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ କରାଯାଇଛି। ଦୈନିକ ଓଡ଼ିଆ ଖବରକାଗଜ ସର୍ବସାଧାରଣ, ଭୁବନେଶ୍ୱର ସାହିତ୍ୟ ସମାଜ, ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଓ ସୃଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବିଶିଷ୍ଟ ଲେଖକ, ଗବେଷକ ଶାନ୍ତୁନୁ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।

ବିଶିଷ୍ଟ ଓଡ଼ିଆ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାକୁ ନେଇ ଅନେକ ଉପାଦେୟ ତଥ୍ୟ ସଂରକ୍ଷିତ କରି ରଖିଛନ୍ତି। ଯାହା ଭବିଷ୍ୟତ ପିଢ଼ିଙ୍କୁ ସିନେମା କ୍ଷେତ୍ରରେ ବେଶ୍‌ ଖୋରାକ୍‌ ଯୋଗାଇବ। ତାଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ସୂର୍ଯ୍ୟ ଏହି ପରି କାଳଜୟୀ ପୁସ୍ତକ ରଚନା ଜାରି ରଖିବା ସହ ଓଡ଼ିଶାର ଗୁଣଗରିମା ଜାତୀୟସ୍ତରରେ ପହଞ୍ଚାଇବାରେ ସବୁବେଳେ ସକ୍ଷମ ହୁଅନ୍ତୁ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ, ପୌରୁଷର ସମ୍ପାଦକ ଅସିତ ମହାନ୍ତି, କବି ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ଅଭିରାମ ବିଶ୍ୱାଳ, ରଜନୀ ରଞ୍ଜନ, ଦେବପ୍ରସାଦ ଦାସ, ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶ୍ରୀ ରଥଙ୍କୁ ନେଇ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ଶ୍ରୀ ଦେଓଙ୍କ ପୁସ୍ତକ ‘ସତୁରି ରୁ ଅଠସ୍ତରି’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe