ୟୁନିଟ-୮ ବାଳକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ୟୁନିଟ-୮ ବାଳକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ୟୁନିଟ-୮ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କୁ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଛାତ୍ରମାନଙ୍କୁ ଜୀବନରେ ଉନ୍ନତି କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଂଜୀବ କୁମାର ରାଉତ ଏ-୧ ଗ୍ରେଡ ପାଇଥିବା ୬ ଜଣ କୃତୀ ଛାତ୍ରଙ୍କୁ ୧୦ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ଉନ୍ନତୀକରଣ ଏବଂ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ ନେଇ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କର ମଡେଲ ସ୍କୁଲ ଯୋଜନା ଅନୁଯାୟୀ ୟୁନିଟ-୮ ବାଳକ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe