www.ouat.nic.in
ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ (ଓୟୁଏଟି)ର ନବନିଯୁକ୍ତ କୁଳପତି ପ୍ରଫେସର୍ ପ୍ରଭାତ ରାଉଳଙ୍କୁ ‘ରାଜଧାନୀ ପ୍ରତିଷ୍ଠା ଦିବସ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ତିନିଜଣିଆ ଏକ ପ୍ରତିନିଧିଦଳ ତାଙ୍କୁ ସାକ୍ଷାତ କରି ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଆସନ୍ତା ବର୍ଷ ଏପ୍ରିଲ୍ ୧୩ରେ ପାଳିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ପରେଡ୍ ଓ ମାର୍ଚ୍ଚପାଷ୍ଟ୍ରେ ଓୟୁଏଟି ଅନ୍ତର୍ଗତ ପଶୁ ଚିକିତ୍ସା ବିଜ୍ଞାନ କଲେଜର ଘୋଡ଼ା ସବାର ବାହିନୀ ଅଶଂଗ୍ରହଣ କରିବାକୁ କମିଟିର ପ୍ରତିନିଧିଦଳ କୁଳପତିଙ୍କୁ ଅନୁରୋଧ କରିଥିଲେ।
ଏ ସମ୍ପର୍କରେ ବିଚାର କରି ପଦକ୍ଷେପ ନେବେ ବୋଲି ଶ୍ରୀ ରାଉଳ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧିଦଳରେ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Follow Us