ଭୁବନେଶ୍ୱର : ୟୁନିଟ୍-୭ ମଙ୍ଗଳା ବସ୍ତିର ଏକ ଡ୍ରେନ୍ରେ ଭାସି ହରିହର ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ଜିଲ୍ଲା କଂଗ୍ରେସ ଓ ବସ୍ତିବାସିନ୍ଦା ପରିଷଦ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ କ୍ୟାପିଟାଲ ଥାନା ଘେରାଉ କରାଯାଇଥିଲା। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ବହୁ କାର୍ଯ୍ୟକର୍ତ୍ତା କ୍ୟାପିଟାଲ ଥାନାରେ ପହଞ୍ଚି ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ। ତେବେ ଏଥିପାଇଁ ଆର୍ ଆଣ୍ଡ ବି ଓ ବିଏମ୍ସି ଦାୟୀ ବୋଲି ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି। ତେଣୁ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଏବଂ କଣ୍ଟ୍ରାକ୍ଟର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us