ଘରୋଇ ମଣ୍ଡପ ବେପାର ବଢ଼ାଇବା ପାଇଁ ଷଡ୍‌ଯନ୍ତ୍ର: ବିଏମ୍‌ସି ଅଫିସ୍‌ କରିବେ କହି କଲ୍ୟାଣମଣ୍ଡପ ଭାଙ୍ଗିଦେଲେ

Advertisment

ବଏମ୍‌ସି ଅଫିସ୍‌ ନିର୍ମାଣ କରିବା ଆଳରେ ୟୁନିଟ୍‌-୮ରେ ଥିବା କଲ୍ୟାଣମଣ୍ଡପ ଉଚ୍ଛେଦ କରିବା ପ୍ରସଙ୍ଗରେ ବିବାଦରେ ଥିବା ବିଏମ୍‌ସି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର ଭିତରେ ଏକ ଅଫିସ୍‌ ପାଇଁ ବିଏମ୍‌ସି ସ୍ବୀକୃତି ଦେବା ପରେ ବିବାଦ ଉଗ୍ରରୂପ ନେଇଛି।

ବଏମ୍‌ସି ଅଫିସ୍‌ ନିର୍ମାଣ କରିବା ଆଳରେ ୟୁନିଟ୍‌-୮ରେ ଥିବା କଲ୍ୟାଣମଣ୍ଡପ ଉଚ୍ଛେଦ କରିବା ପ୍ରସଙ୍ଗରେ ବିବାଦରେ ଥିବା ବିଏମ୍‌ସି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର ଭିତରେ ଏକ ଅଫିସ୍‌ ପାଇଁ ବିଏମ୍‌ସି ସ୍ବୀକୃତି ଦେବା ପରେ ବିବାଦ ଉଗ୍ରରୂପ ନେଇଛି।

dfdfvvccv

ଭୁବନେଶ୍ୱର: ବଏମ୍‌ସି ଅଫିସ୍‌ ନିର୍ମାଣ କରିବା ଆଳରେ ୟୁନିଟ୍‌-୮ରେ ଥିବା କଲ୍ୟାଣମଣ୍ଡପ ଉଚ୍ଛେଦ କରିବା ପ୍ରସଙ୍ଗରେ ବିବାଦରେ ଥିବା ବିଏମ୍‌ସି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର ଭିତରେ ଏକ ଅଫିସ୍‌ ପାଇଁ ବିଏମ୍‌ସି ସ୍ବୀକୃତି ଦେବା ପରେ ବିବାଦ ଉଗ୍ରରୂପ ନେଇଛି। କମ୍ୟୁନିଟି ସେଣ୍ଟରର ବ୍ୟବହାର କିଭଳି ବଢ଼ିବ ତାହାର ବ୍ୟବସ୍ଥା ନକରି ଏହା ଭିତରେ ଅଫିସ୍‌ ପାଇଁ ସ୍ବୀକୃତି ଦେବା ପ୍ରସଙ୍ଗକୁ କେହି ଗ୍ରହଣ କରିପାରୁ ନାହାନ୍ତି। ‘ତାଙ୍କୁ ଯଦି ଦେଲ, ତେବେ ତା ଭିତରେ ଆମକୁ ଅଫିସ୍‌ ପାଇଁ ଜାଗା ଦିଅ’ ବୋଲି ତିନିଟି ସଂଗଠନ ଦାବି କଲେଣି। ଯାହାକୁ ନେଇ ବିଏମ୍‌ସିର ମୁଣ୍ଡବିନ୍ଧା ବଢ଼ିଛି।

ବାହାଘର ହେଉ କି ‌ଯେକୌଣସି ସାମାଜିକ ଉତ୍ସବ, ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ ବିଏମ୍‌ସିର କଲ୍ୟାଣମଣ୍ଡପ। ଯେଉଁଭଳି ଭାବରେ ଘରୋଇ ମଣ୍ଡପଗୁଡ଼ିକର ଦର ବଢ଼ି ବଢ଼ି ଚାଲିଛି ତାହାକୁ ବହନ କରିପାରୁ ନଥିବା ସାଧାରଣ ଲୋକଟି ପାଇଁ ବିଏମ୍‌ସିର କଲ୍ୟାଣମଣ୍ଡ ବେଶ୍‌ଶସ୍ତା ହୋଇଥାଏ। ଆବଶ୍ୟକତା ମୁତାବକ ରାଜଧାନୀର ସହିଦନଗର, ଭିଏସ୍‌ଏସ୍‌ନଗର, ୟୁନିଟ୍‌-୬, ଚନ୍ଦ୍ରଶେଖରପୁର, ଦକ୍ଷିଣଚଣ୍ଡୀ-୨, ବଡ଼ଗଡ଼, ୟୁନିଟ୍‌-୮, ଶାସ୍ତ୍ରୀନଗର, ବୁଦ୍ଧେଶ୍ବରୀ କଲୋନି ଭଳି ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ କଲ୍ୟାଣମଣ୍ଡପ ନିର୍ମାଣ ହୋଇଥିଲା। କିନ୍ତୁ ୟୁନିଟ୍‌-୮ କଲ୍ୟାଣମଣ୍ଡପକୁ ବିଏମ୍‌ସି ଅଫିସ୍‌ ହେବ କହି ଭାଙ୍ଗି ଦେଇଥିଲେ। ଜନପଥର ବିଏମ୍‌ସି-ଆଇସିଓଏମ୍‌ସି କୋଠାକୁ ବିଏମ୍‌ସି ଅଫିସ୍‌ ଉଠି ଆସିବା ପରେ ଏହି କଲ୍ୟାଣମଣ୍ଡପ ଜାଗାରେ କଣ ହେବ କେହି କହିପାରୁ ନାହାନ୍ତି। ରାଜନୈତିକ ବିବାଦରୁ ଏହାକୁ ଉଚ୍ଛେଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଦକ୍ଷିଣଚଣ୍ଡୀ କଲ୍ୟାଣମଣ୍ଡପରେ ଶ୍ରୀଲିଙ୍ଗରାଜ ଥାନା ଚାଲିଥିବାରୁ ଭଡ଼ା ଦିଆଯାଇ ପାରୁନାହିଁ। ଯାତ୍ରୀନିବାସ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ବାକି ଯେଉଁ ସବୁ କଲ୍ୟାଣମଣ୍ଡପ ଅଛି ସେ ସବୁକୁ ବିଏମ୍‌ସି ମରାମତି ଆଳରେ ବନ୍ଦ ରଖୁଛି। ଫଳରେ ବାହାଘର ବ୍ରତ ଘର ପାଇଁ ସାଧାରଣ ଲୋକ ହୋଟେଲ ଓ ମଣ୍ଡପ ବୁକିଂ କରି ଖର୍ଚ୍ଚାନ୍ତ ହେଉଛନ୍ତି। ଘରୋଇ ମଣ୍ଡପର ବେପାର ବଢ଼ାଇବା ପାଇଁ କେତେକ ଜନପ୍ରତିନିଧି ଓ ଅଧିକାରୀଙ୍କର ଏହା ବିଧିବଦ୍ଧ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ ହୋଇଛି।

ବିଏମ୍‌ସି ଅଫିସ୍‌ କରିବେ କହି କଲ୍ୟାଣମଣ୍ଡପ ଭାଙ୍ଗିଦେଲେ
୩ ବର୍ଷ ହେବ ମରାମତି ହେଇନି ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର
ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀନିବାସ

ଏଭଳି ସ୍ଥିତିରେ ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର ଅବସ୍ଥା ଖରାପ ରହିଛି। ରକ୍ଷଣାବେକ୍ଷଣ ଓ ମୌଳିକ ସୁବିଧାର ଅଭାବରୁ ଏହା ଦୟନୀୟ ସ୍ଥିତିରେ ରହିଛି। ଗୋଟିଏ ଘରେ ଵାର୍ଡ ଅଫିସ ଚାଲିଥିବା ବେଳେ ଅନ୍ୟଟିରେ ଅଙ୍ଗନବାଡ଼ିର ଜିନିଷ ରଖାହେଉଛି। ଆଉ ଗୋଟିଏ ଘରେ ମହିଳା ପରିଷଦ ଅଫିସ ଚାଲିଛି। ଏଭଳି ସ୍ଥିତିରେ ଯଦି କିଏ ବାହାଘର ପାଇଁ ବୁକ୍‌ କରୁଛି ତେବେ ବର ବସିଲେ କନିଆଁ ବସିବାକୁ ଜାଗା ହେଉନି। ଅନେକ ସମୟରେ ଏଥିପାଇଁ ଅଗ୍ରୀମ ବୁକିଂ ବାତିଲ୍‌ ହେଉଛି। ବାହାରେ ଥିବା ପିଣ୍ଡିରୁ ସିମେଣ୍ଟ ଛାଡ଼ି ଇଟା ଦିଶିଲାଣି। ଚାରିପଟେ ପଡ଼ିଥିବା ପେଭର ବ୍ଲକ ଦବିଗଲାଣି। ପାର୍କିଂ ସୁବିଧା ନାହିଁ। ଉତ୍ସବ ସମୟରେ ବାହାରେ ଗାଡ଼ି ଜମା ହେଉଥିବାରୁ ରାସ୍ତା ଜାମ୍‌ ହେଇଯାଉଛି। କାନ୍ଥରେ ଶିଉଳି ଲାଗିଲାଣି। ତିନି ବର୍ଷ ଧରି ରକ୍ଷଣାବେକ୍ଷଣା ହୋଇନାହିଁ। ୱେୟାରିଂ ଝୁଲି ପଡ଼ିଥିବା ବେଳେ ଲାଇଟ୍‌ ଜଳୁନାହିଁ, କିମ୍ବା ଫ୍ୟାନ୍‌ ବୁଲୁନାହିଁ। ଫଳରେ ଦୀର୍ଘ ଦିନ ହେବ ଏହା ଭଡ଼ାରେ ଲାଗି ପାରୁନାହିଁ। ତେବେ ଏନେଇ କର୍ପୋରେଟର ଗୀତାଞ୍ଜଳି ସାହୁଙ୍କ କହିବା କଥା, କର୍ପୋରେସନ ବୈଠକରେ ଏନେଇ ବାରମ୍ୱାର ଅଭିଯୋଗ କରିବା ପରେ ନିକଟ ଅତୀତରେ ଲାଇଟ ଓ ଫ୍ୟାନ ଲାଗିଛି। ଆଗାମୀ ମାସ ସୁଦ୍ଧା ଏହାର ରକ୍ଷଣାବେକ୍ଷଣା କାର୍ଯ୍ୟ ଆରମ୍ଭ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe