ବିଶ୍ବାସରେ ବିଷ: ଏସ୍‌ଆଇଙ୍କ ଟଙ୍କା ଚଳୁ କରି କନେଷ୍ଟବଳ ଗିରଫ

ସେୟାର ମାର୍କେଟ୍‌ରେ ଲଗାଇଥିଲେ ଅଫିସରଙ୍କ ଟଙ୍କା, ୮ ଲକ୍ଷ ୩୯ ହଜାର ଟଙ୍କା ଜବତ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର : ସିଆରପିଏଫ୍‌ର ଜଣେ ସବ୍‌ଇନ୍ସପେକ୍ଟର ରୋଗରେ ପଡ଼ିବାରୁ ତାଙ୍କ ଯତ୍ନ ନେଉଥିଲେ କନେଷ୍ଟବଳ। ତାଙ୍କୁ ବିଶ୍ବାସ କରି ନିଜ ଏଟିଏମ୍‌ କାର୍ଡ ବି ‌ଦେଇ ଦେଇଥିଲେ । ମାତ୍ର ବିଶ୍ବାସରେ ବିଷ ଦେଇ ଯବାନ ଜଣକ ଅଫିସରଙ୍କ ଆକାଉଣ୍ଟରୁ ୮ ଲକ୍ଷ ୩୯ ହଜାର ଟଙ୍କା ଉଠାଇ ନେଇ ସେୟାର ମାର୍କେଟ୍‌ରେ ଲଗାଇଥିଲେ। ଆଉ ପୂରା ଟଙ୍କା ଚଳୁ କରିଦେବାକୁ ଉଦ୍ୟମ ଚଳାଇଥିଲେ। ଅଭିଯୋଗ ପରେ ଏଭଳି ଧୂର୍ତ୍ତ କନେଷ୍ଟବଳକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ତାଙ୍କଠାରୁ ଏହି ଠକେଇ ଅର୍ଥ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ସିଆରେପିଏଫ୍‌ କନେଷ୍ଟବଳ ହେଉଛନ୍ତି କଟକ ସଦର କଳାପଡ଼ାର ପ୍ରିୟବ୍ରତ ପ୍ରିୟଦର୍ଶନ ପତି।

ସୂଚନାଯୋଗ୍ୟ, ସିଆରପିଏଫରେ ସବ୍‍ଇନ୍ସପେକ୍ଟର ଭାବେ ହରିୟାଣା ଝାଝର ଜିଲ୍ଲା ସୁଲଦାର ଗ୍ରାମର ରାଜ ପାଲ୍‍ କାମ କରନ୍ତି। ଗତ ସୋମବାର ସେ ଅସୁସ୍ଥ ହେବାରୁ ତାଙ୍କୁ ସିଆର୍‌ପିଏଫ୍‌ କ୍ୟାମ୍ପସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଖରେ ତାଙ୍କର ପରିବାରବର୍ଗ ନ ଥିବାରୁ ତାଙ୍କ ଯତ୍ନ ପାଇଁ କନେଷ୍ଟବଳ ପ୍ରିୟବ୍ରତଙ୍କୁ ନିୟୋଜିତ କରାଯାଇଥିଲା। ଏସ୍‌ଆଇ ପାଲ ବାହାରକୁ ଯାଇ ଟଙ୍କା ଉଠାଇବା ସମ୍ଭବ ନଥିବାରୁ ଔଷଧ ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରିୟବ୍ରତକୁ ନିଜ ଏଟିଏମ୍‌ କାର୍ଡ ସହ ପିନ୍‌ ନମ୍ବର ମଧ୍ୟ ଦେଇଥିଲେ। ମାତ୍ର ଏହାର ସୁଯୋଗ ନେଇ ତାଙ୍କ ଆକାଉଣ୍ଟରୁ ପ୍ରିୟବ୍ରତ ୮ଲକ୍ଷ ୩୯ ହଜାର ଟଙ୍କା ଉଠାଇ ନେଇଥିଲେ। ଦୁଇଦିନ ତଳେ ଶ୍ରୀ ପାଲ୍‌ଙ୍କ ପୁଅ ଏଠ‌ାରେ ପହଞ୍ଚି ପାସ୍‌ବୁକ୍‌ ଅପ୍‌ଡେଟ୍‌ କରିବାରୁ ଟଙ୍କା ଉଠାଯାଇଥିବା କଥା ଜଣାପଡ଼ିଥିଲା। କେବଳ ପ୍ରିୟବ୍ରତ ପାଖରେ ଏଟିଏମ୍‌ ଓ ପିନ୍‌ ଥିବାରୁ ତାଙ୍କର ସନ୍ଦେହ ଘନୀଭୂତ ହୋଇଥିଲା। ଏ ନେଇ ସେ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଣ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏଣୁ ସେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପ୍ରିୟବ୍ରତ ଫେରାର ହୋଇ ଯାଇଥିଲେ। ତେବେ ଆଜି ସକାଳେ ପୁଲିସ ତାଙ୍କ ଘରେ ଚଢ଼ଉ କରି ପ୍ରିୟବ୍ରତକୁ ଗିରଫ କରିବା ସହ ସେୟାର ମାର୍କେଟ୍‌ରେ ଲାଗିଥିବା ସମସ୍ତ ଟଙ୍କା ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe