ଅନ୍ତିମ ପର୍ଯ୍ୟାୟରେ ଜଟଣୀ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ: ଆପ୍ରୋଚ୍ ରୋଡ୍‌ ପାଇଁ ଭଙ୍ଗା ହେଲା ଦୋକାନ

ଅନ୍ତିମ ପର୍ଯ୍ୟାୟରେ ଜଟଣୀ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ: ଆପ୍ରୋଚ୍ ରୋଡ୍‌ ପାଇଁ ଭଙ୍ଗା ହେଲା ଦୋକାନ

ଜଟଣୀ: ବହୁପ୍ରତୀକ୍ଷିତ ଜଟଣୀ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ଆପ୍ରୋଚ୍‌ ରୋଡ୍‌ ପାଇଁ ସମସ୍ୟା ଥିଲା। କିଛି ଦୋକାନ ଘର ଭଙ୍ଗାଯାଇପାରୁନଥିବାରୁ ସମସ୍ୟା ଉପୁଜିଥିଲା। କିନ୍ତୁ ଆଜି ଆପାତତଃ ଏହି ସମସ୍ୟାର ଅନ୍ତ ଘଟିଛି। ବିଧାୟକ ସୁରେଶ କୁମାର ରାଉତରାୟ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଆଜି ଗୋଟିଏ ବଡ଼ ଦୋକାନକୁ ଉଚ୍ଛେଦ କରାଯାଇଛି। ଏହି ଦୋକାନ ମାଟିରେ ମିଶିବା ପରେ ଆଗକୁ ଆଉ ମାତ୍ର ୩/୪ଟି ଦୋକାନ ଘର ଭାଙ୍ଗିବାକୁ ରହିଛି। ଏସବୁ ଦୋକାନ ଉଚ୍ଛେଦ ହେବା ପରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଉଛି। ଖୋର୍ଦ୍ଧା-ପିପିଲି ମୁଖ୍ୟ ରାସ୍ତାର ଜଟଣୀ ଆନ୍ଧ୍ରବ୍ୟାଙ୍କ ଛକରୁ କୁଦିଆରୀ ପର୍ଯ୍ୟନ୍ତ ଏହି ବ୍ରିଜ୍ ନିର୍ମାଣ ହେଉଛି।

ଏହା ଭିତରେ ରେଳବାଇ ପକ୍ଷରୁ ନିର୍ମାଣ ହେବାକୁ ଥିବା ଓଭରବ୍ରିଜ୍ କାମ ସରିଛି। ଏହି କାମଟି ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏହା ସରିବା ପରେ ବି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧୁରା ଥିଲା। ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ କିଛି ଦୋକାନ ବାଧକ ଥିଲା। ତେବେ ଆଜି ଦୋକାନ ଉଚ୍ଛେଦ ଆରମ୍ଭ ହୋଇଛି ଏବଂ ବାକି ଦୋକାନକୁ ତୁରନ୍ତ ଭାଙ୍ଗିଦିଆଯିବ ବୋଲି ଜଣାପଡ଼ିଛି। ଆଜି ବିଧାୟକ ଶ୍ରୀ ରାଉତରାୟ, ତହସିଲଦାର ରୁମାନା ଜାଫ୍ରି, ଆଇଆଇସି ସୋମ୍ୟକାନ୍ତ ବଳିଆରସିଂହ, ପୂର୍ତ୍ତ ବିଭାଗ ଏସ୍‌ଡିଓ, ପୌର ଅଧିକାରୀ ପ୍ରମୁଖ ଉଚ୍ଛେଦ ସମୟରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ବିତିବା ପରେ ବି କାମ ଶେଷ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe