ଭୁବନେଶ୍ୱର: ନିଜ ଜିଦ୍ରେ ଅଟଳ ରହିଛନ୍ତି ଠିକାଦାର। ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ରଦ୍ଦ ସହ ଅନ୍ୟାନ୍ୟ ଦାବିରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ନେତୃତ୍ବରେ ଗତ ୨୦ ତାରିଖଠାରୁ ବିକ୍ଷୋଭ ଓ ଗଣଧାରଣା ଦେଇ ଆସୁଥିବା ସାରା ରାଜ୍ୟର ଠିକାଦାରମାନେ ଗତକାଲିଠରୁ ଲୋୟର ପିଏମ୍ଜିରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଆଜି ଏହି ଆମରଣ ଅନଶନ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ସରକାର ବି ଠିକାଦାରଙ୍କ ଦାବି ଶୁଣିବାକୁ ନାରାଜ। ଦୁଇପକ୍ଷର ଏଭଳି ମୁକାବିଲା ଭିତରେ ରାଜଧାନୀର ନିର୍ମାଣାଧୀନ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଟକି ଯାଇଛି। ସବୁ ନିର୍ମାଣସ୍ଥଳ ଖାଁ ଖାଁ ଦିଶୁଛି।
ଠିକାଦାରଙ୍କ ଆନ୍ଦୋଳନ କାରଣରୁ ନିର୍ମାଣାଧୀନ ଏମ୍ଏଲ୍ଏ କଲୋନି ବହୁତଳ କୋଠା କାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଜଧାନୀର ଏହା ସବୁଠୁ ବଡ଼ ତଥା ବ୍ୟୟବହୁଳ ପ୍ରକଳ୍ପ। ରାଜ୍ୟ ସରକାର ପ୍ରାୟ ୫୫୦ କୋଟି ଟଙ୍କା ଏହି ପ୍ରକଳ୍ପ ବାବଦରେ ଖର୍ଚ୍ଚ କରୁଛନ୍ତି। ଏଠାରେ ୧୦/୧୧ ତାଲା କୋଠା ନିର୍ମାଣ ହେବ। ଯେଉଁଠି ବିଧାୟକଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀଙ୍କ ରହିବା ବ୍ୟବସ୍ଥା ହେବ। ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ୩ ହଜାର ଲୋକ ଧରିବା ଭଳି କକ୍ଷ ଆଦିର ବ୍ୟବସ୍ଥା ରହିବ। ବିଜେଡି ସରକାର ଅମଳରେ ଅନୁମୋଦିତ ଏହି ପ୍ରକଳ୍ପ ବିଜେପି ସରକାରଙ୍କ ଅମଳରେ ଗତି ଧରିଥିଲା। କିନ୍ତୁ ଆନ୍ଦୋଳନ କାରଣରୁ ପୁଣିଥରେ ଏହା ବନ୍ଦ ପଡ଼ିଛି।
Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର
ସେହିପରି ୟୁନିଟ୍-୮ରେ ଟାଇପ୍-୨ କ୍ବାର୍ଟର୍ସ ନିର୍ମାଣଧୀନ ରହିଛି। ରାଜ୍ୟ ସରକାର ଏ ବାବଦରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକାଦାରଙ୍କ ଆନ୍ଦୋଳନ କାରଣରୁ ଏହି ପ୍ରକଳ୍ପ ବି ବନ୍ଦ ପଡ଼ିଛି। ଓଏମ୍ସି କଲୋନିରେ ଅତ୍ୟାଧୁନିକ ଓଏମ୍ସି କୋଠା ନିର୍ମାଣ ଚାଲିଛି। ଏହି ପ୍ରକଳ୍ପ ବାବଦରେ ରାଜ୍ୟ ସରକାର ୬୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆନ୍ଦୋଳନ କାରଣରୁ ଏହାର ନିର୍ମାଣ କାର୍ଯ୍ୟ ବି ବନ୍ଦ ପଡ଼ିଛି। ବିଜେଡି ସରକାର ଅମଳର ଅନୁମୋଦିତ ଆଚାର୍ଯ୍ୟବିହାର ରାସ୍ତା ଉନ୍ନତୀକରଣ ପ୍ରକଳ୍ପ ୨ ବର୍ଷ ପରେ ବିଜେପି ସରକାର ଅମଳରେ ଆରମ୍ଭ ହୋଇଥିଲା। ଏ ବାବଦରେ ସରକାର ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି କାମ ବି ଆନ୍ଦୋଳନ କାରଣରୁ ବନ୍ଦ ପଡ଼ିଛି। ଏଭଳି ବହୁ ପ୍ରକଳ୍ପ କାମ ଆନ୍ଦୋଳନ କାରଣରୁ ଅଟକି ରହିଥିବାବେଳେ ଯଦି ଏହିଭଳି ଆନ୍ଦୋଳନ ଜାରି ରୁହେ, ସମୟସୀମା ଭିତରେ ପ୍ରକଳ୍ପ କାମ ସବୁ ସରିବା ନେଇ ଆଶଙ୍କା ଦେଖାଦେଇଛି।
Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/01/fshhfssfhxbbv-2026-03-01-02-37-43.jpg)