ମେଷ: ରବିବାର ବନ୍ଧୁ ସହିତ ସାକ୍ଷାତ ହେବ। ସୋମ, ମଙ୍ଗଳ ଓ ବୁଧବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ଗୁରୁ ଓ ଶୁକ୍ରବାର କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।
ବୃଷ: ରବିବାର ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ଶନିବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।
ମିଥୁନ: ରବିବାର ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସୋମ, ମଙ୍ଗଳ ଓ ବୁଧବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର ଅଧୁରା କାମ ପୂରା ହେବ। ଶନିବାର ପରିବାର ସହିତ ସମୟ ବିତାଇବେ।
କର୍କଟ: ରବିବାର ବ୍ୟକ୍ତିତ୍ବକୁ ବିକଶିତ କରିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ବଡ଼ ଅର୍ଡର୍‌ ପାଇବେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ଭଲ କାମ କରିବେ। ଶନିବାର ସୁଖ ସପଂତ୍ତିରେ ବୃଦ୍ଧି ହେବ।

Advertisment

ଆହୁରି ପଢ଼ନ୍ତୁ: Keral Custodial Assault ହାଜତରେ କଏଦୀକୁ ନିସ୍ତୁକ ମାଡ଼ ,୪ ପୁଲିସ ଅଧିକାରୀ ନିଲମ୍ବିତ
ସିଂହ: ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ। ଗୁରୁ ଓ ଶୁକ୍ରବାର ରୋଗ ଋଣରୁ ମୁକ୍ତି ପାଇବେ। ଶନିବାର ପାରିବାରିକ ଜୀବନ ସୁଖକର ହେବ।
କନ୍ୟା: ରବିବାର ଭାଗ୍ୟର ବିକାଶ ହେବ। ସୋମ, ମଙ୍ଗଳ ଓ ବୁଧବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଗୁରୁ ଓ ଶୁକ୍ରବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ଶନିବାର ଜମି ବା ଗାଡ଼ି କିଣିବେ।
ତୁଳା: ରବିବାର ଲାଭର ଅବସର ପାଇବେ। ସୋମ, ମଙ୍ଗଳ ଓ ବୁଧବାର ସବୁ ପ୍ରକାର କଷ୍ଟ ଦୂର ହେବ। ଗୁରୁ ଓ ଶୁକ୍ରବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶନିବାର ଚାକିରି କ୍ଷେତ୍ରରେ ଖୁସି ରହିବେ।
ବିଛା: ରବିବାର ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ। ସୋମ, ମଙ୍ଗଳ ଓ ବୁଧବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। 
ଧନୁ: ରବିବାର ଆର୍ଥିକ ପକ୍ଷ ଦୁର୍ବ‌ଳ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର ଅଫିସ୍‌ରେ ଉତ୍ତମ ପରିବେଶରେ ଖୁସି ରହିବେ। ଶନିବାର ଧନଲାଭ ହେବ।

ଆହୁରି ପଢ଼ନ୍ତୁ: Donald Trump: ନିଜକୁ ଶାନ୍ତିଦୂତ ବୋଲାଉଥିବା ଟ୍ରମ୍ପଙ୍କୁ କଟାକ୍ଷ କଲା ରୁଷିଆ: କହିଲା, ଧରାପଡ଼ିଛି ଶାନ୍ତିଦୂତଙ୍କ ଅସଲ ଚେହେରା...
ମକର: ରବିବାର ଜନ ସଂପର୍କ କାର୍ଯ୍ୟରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର ବିରୋଧୀଙ୍କ ଗିତିବଧି ଉପରେ ନଜର ରଖନ୍ତୁ। ଗୁରୁ ଓ ଶୁକ୍ରବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଶନିବାର ବ୍ୟବସାୟରେ ପ୍ରଗତି ହେବ।
କୁମ୍ଭ: ରବିବାର ବନ୍ଧୁ ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର ମାନସିକ ଅସ୍ଥିରତା ଲାଗି ରହିବ। ଶନିବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।
ମୀନ: ରବିବାର ପ୍ରେମ ଜୀବନ ଭଲ ହେବ। ସୋମ, ମଙ୍ଗଳ ଓ ବୁଧବାର ବଡ଼ କଂପାନି ସହିତ ସଉଦା ପକ୍କା ହେବ। ଗୁରୁ ଓ ଶୁକ୍ରବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଶନିବାର ପରିବାରରେ ଅଶାନ୍ତି ବଢ଼ିବ।