ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର କ୍ଷେପଣାସ୍ତ୍ର ଅସ୍ତ୍ରାଗାରକୁ ନଷ୍ଟ କରିବା ଏବଂ ଏହାକୁ ପରମାଣୁ ଅସ୍ତ୍ର ବିକାଶ କରିବାରୁ ରୋକିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କରି ମଧ୍ୟପ୍ରାଚ୍ୟକୁ ଏକ ଅବାଞ୍ଛିତ ଯୁଦ୍ଧକୁ ଠେଲି ଦେଇଛନ୍ତି। ଏନେଇ ରୁଷିଆ କଡ଼ା ପ୍ରତିକ୍ରିୟା ଦେଇଛି।

Advertisment

ଆହୁରି ପଢନ୍ତୁ- Accident: ହାଇୱା ଧକ୍କାରେ ଏନ୍‌ଆଇଟି ରାଉରକେଲା ଛାତ୍ର ମୃତ, ଛାତ୍ରୀ ଗୁରୁତର

ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ତଥା ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ କହିଛନ୍ତି,ଶାନ୍ତି ସ୍ଥାପନକାରୀ ଶାନ୍ତିଦୂତ ପୁଣି ଥରେ ନିଜର ଅସଲ ଚେହେରା ଦେଖାଇ ଦେଇଛନ୍ତି । ଇରାନ ସହିତ ସମସ୍ତ ଆଲୋଚ ଏକ କଭର ଅପରେସନ ଥିଲା। ପ୍ରକୃତରେ କେହି କିଛି ଆଲୋଚନା କରିବାକୁ ଚାହୁଁନଥିଲେ। ତାହା ଏବେ ଜଣାପଡ଼ିଛି।

ଆହୁରି ପଢନ୍ତୁ- Supremecourt: ପିଞ୍ଜରାର ଶୁଆ ଭଳି ଧାରଣାରୁ ଦୂରେଇ ରୁହ: ସିବିଆଇକୁ କଡ଼ା ନିର୍ଦ୍ଦେଶ ଜାରି କଲେ ସୁପ୍ରିମକୋର୍ଟ